ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମ । ଆସନ୍ତା ୨୮ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସିବେ ମୁର୍ମୁ । ଏହି ଅବସରରେ ବିଭିନ୍ନ ଜିଲ୍ଲା ତଥା ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ଭୁବନେଶ୍ୱର ଏବଂ ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ରାଷ୍ଟ୍ରପତି ମୁର୍ମୁଙ୍କ ଓଡିଶା ଗସ୍ତ ନେଇ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓ ରଞ୍ଜନ କୁମାର ସିଂହ, ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ, ବିଭିନ୍ନ ବିଭାଗର ସଚିବ ଏବଂ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଥିଲେ ।