ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ତଥା ଭାରତର ପ୍ରଥମ ମହିଳା ସବିତା କୋବିନ୍ଦ ଆଗକୁ ଆସିଛନ୍ତି । ଭାଇରସରୁ ରକ୍ଷା ପାଇବା ପାଇଁ ସେ ଏବେ ମାସ୍କ ସିଲାଉଛନ୍ତି । ବୁଧବାର ଦିନ ରାଷ୍ଟ୍ରପତି ଭବନର ଶକ୍ତିହାଟରେ ସବିତା କୋବିନ୍ଦ ସିଲେଇ ମେସିିନ୍ ଉପରେ ମାସ୍କ ତିଆରି କରୁଥିବାର ଦେଖିବାକୁ ମିଳିଛି । ତାଙ୍କର ଏହି ଇଛାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ସେ ପ୍ରସ୍ତୁତ କରୁଥିବା ମାସ୍କ ଗୁଡିକ ଦିଲ୍ଲୀର ଭିନ୍ନ ଭିନ୍ନ ସେଲ୍ଟର ହୋମ୍ କୁ ପଠାଯିବ ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବଧିତ କରିି କହିଥିଲେ କି ଦାମକିଆ ମାସ୍କକୁ ଛାଡି ଘରେ କପଡାରେ ତିଆରି କରି ମାସ୍କ ବ୍ୟବହାର କରନ୍ତୁ । ଏହାବ୍ୟତିତ ସେ ଜନତାଙ୍କୁ ଅପିଲ ମଧ୍ୟ କହିଥିଲେ କି ପ୍ରତ୍ୟେକ ଲୋକ ନିଜ ନିଜ ଘରେ କପଡାରେ ମାସ୍କ ତିଆରି କରନ୍ତୁ ଏବଂ ଆଉ ୫ ଜଣଙ୍କ ପାଇଁ ମାସ୍କ ତିଆରି କରି ସେମାନଙ୍କୁ ଦିଅନ୍ତୁ । ସେମାନଙ୍କୁ ମଧ୍ୟ ଏଭଳି କରିବା ପାଇଁ ପ୍ରେରିତ କରନ୍ତୁ ।