ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ହେବ ରାଷ୍ଟ୍ରପତି ନିର୍ବାଚନ । ଦେଶ ବାଛିବ ୧୬ତମ ରାଷ୍ଟ୍ରପତି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ଓଡିଶା ବିଧାନସଭା ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ କରାଯିବ । ସାଂସଦମାନେ ନିଜ ମତ ସାବ୍ୟସ୍ତ କରିବେ । ସେଥିପାଇଁ ବିଧାନସଭାର ୫୪ ନଂ ପ୍ରକୋଷ୍ଠକୁ ବୁଥ୍ କେନ୍ଦ୍ର କରାଯାଇଛି ।
ଓଡିଶାର ଦ୍ରୌପଦି ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଜିତାଇବା ଲାଗି ଲାଗିପଡିଛି ବିଜେଡି । ମତଦାନ ସମୟରେ ସମସ୍ତ ୧୪୭ ଜଣ ବିଧାୟକଙ୍କ ଭୋଟ ଯେପରି ମୁର୍ମୁଙ୍କୁ ଯିବ ସେନେଇ ଅଧିକ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।