ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁନିଆର ସବୁଠାରୁ ଲମ୍ବା ହାଇୱେ ଟନେଲ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଲଦାଖକୁ ପୁରା ଭାରତ ସହ ଯୋଡୁଥିବା ଏହି ଟନେଲ ର ନାମ ‘ଅଟଳ ଟନେଲ’ ରଖାଯାଇଛି ।
ଏହି ଟନେଲକୁ ଉଦଘାଟନ କରିବା ପାଇଁ ସକାଳ ୧୦ଟାରେ ହିମାଚଳ ପ୍ରଦେଶ ପହଁଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କ ସହିତ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଉଦଘାଟନୀ କାର୍ଯ୍ୟକ୍ରମର ସାମିଲ ଥିଲେ । ହିମାଚ ପ୍ରଦେଶର କୁଲ୍ଲୁ-ମନାଲି ଏବଂ ଲାହ୍ୟାଲ ସ୍ପିତି ଜିଲ୍ଲାରେ ନିର୍ମାଣ ହୋଇଥିବା ୯ କିଲୋମିଟର ଲମ୍ବା ବିଶିଷ୍ଟ ଏହି ସୁଡଙ୍ଗର କାମ ଗତ ୧୦ ବର୍ଷ ହେବ ଚାଲିଥିଲା । ଏହା ଦୁନିଆର ସବୁଠାରୁ ଲମ୍ବା ଟନେଲ । ଯାହାର ଲମ୍ବା ୧୦ ହଜାର ଫୁଟରୁ ଅଧିକ ହେବ । ଏହି ଟନେଲର ୬୦ ମିଟର ଦୂରତାରେ ସିସିଟିଭି କ୍ୟାମେରା ଲାଗିଛି ଏବଂ ପ୍ରତି ୫୦୦ ମିଟରରେ ଜରୁରୀକାଳୀନ ନିକାଶ ବ୍ୟବସ୍ଥା ରହିଛି । ଏହାସହିତ ସୁଡଙ୍ଗ ଭିତରେ ଫାୟର ହାଇଡ୍ରେଣ୍ଟ ବି ଲଗାଯାଇଛି ।
ଏହି ଟନେଲ ହେବା ପରେ ହିମାଚଳ ପ୍ରଦେଶର ଲାହ୍ୟାଲ ସ୍ଫିତି ଅଞ୍ଚଳ ଏବଂ ପୁରା ଲଦାଖ ଏବେ ଦେଶର ଅନ୍ୟ ଅଞ୍ଚଳ ସହ ୧୨ ପର୍ଯ୍ୟନ୍ତ ଯୋଡି ହୋଇ ରହିବ । କାରଣ ଶୀତଦିନେ ପ୍ରବଳ ବରଫ ବର୍ଷା ଯୋଗୁଁ ଛଅମାସ କାଳ ଲଦାଖକୁ ଯୋଗାଯୋଗ ବିଚ୍ଛିନ ହୋଇଯାଇଥାଏ ।