କୋଲକତା (ଏଟିଆର ବ୍ୟୁରୋ): ନିର୍ବାଚନ ବେଳଠାରୁ ସବୁବେଳେ କଥା କଟା କଟି ହେଉଥିବା ପ୍ରଧାନମନ୍ତ୍ରୀ ମୋଦି ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି କୋଲକାତାରେ ଏକତ୍ର ହେଉଛନ୍ତି । ସୂଚନାଯୋଗ୍ୟ ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ଆଇନ । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଏହି ଅବସରରେ ଆଜି ମମତା ଓ ମୋଦି ରାଜ ଭବନରେ ଏକାଠି ହେଉଛନ୍ତି । ସେମାନେ ସିଏଏକୁ ନେଇ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅନ୍ୟପଟେ ଆଜି ମୋଦି ଓ ଦିଦିଙ୍କ ଭେଟଘାଟ ଉପରେ ସାରା ଦେଶର ନଜର ରହିିଛି । ସୂଚନାଯୋଗ୍ୟ ସିଏଏ ବିଲ ସଂସଦରେ ଉପସ୍ଥାପିତ ହେଲା ବେଳଠାରୁ ଦିଦି ଏହାକୁ ବିରୋଧ କରି ଆସୁଥିଲେ । ଏମିତକିି ରାଜ୍ୟରେ ନୂଆ ନାଗରିକତା ସଂଶୋଧନ ଆଇନକୁ ଲାଗୁ କରିବାକୁ ସିଧାସିଧା ମନା କରି ଦେଇଥିଲେ । ଏମିତିକି ବିଭିନ୍ନ ସାଧାରଣ ସଭାରେ ଯୋଗଦେବା ଅବସରରେ ସିଏଏକୁ ନେଇ ମୋଦିଙ୍କୁ କଡା ସମାଲୋଚନା କରନ୍ତି । ଅନ୍ୟପଟେ ସିଏଏକୁ ବିରୋଧ କରି ଆସନ୍ତା ୧୩ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଡାକୁଥିବା ବୈଠକରେ ଯୋଗଦେବେ ନାହିଁ ବୋଲି ଘୋଷଣା କରିଛନ୍ତି ।