ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇରାନ ଓ ଆମେରିକା ମଧ୍ୟରେ ଲାଗିଥିବା ବିବାଦ ଏବେ ଦିନକୁ ଦିନ ଘନେଇବାରେ ଲାଗିଛି । ତେବେ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଲାଗିଥିବାରୁ ଭାରତକୁ ଇରାନରୁ ଆସୁଥିବା କଞ୍ଚାତେଲ ରପ୍ତାନୀ ପ୍ରଭାବିତ ହେବ ନାହିଁ ବୋଲି ଇରାନ ରାଜଦୂତ ସୂଚନା ଦେଇଛନ୍ତି । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଫଲାହ ଅବଦୁଲହସନ ଅବଦୁଲ ସଦା । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଇରାନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଗତ ସପ୍ତାହରେ ଆମେରିକା ଡ୍ରୋନ ମାଡ କରି ଇରାକ ଜେନେରାଲ କାଶିମ ସୁଲେମାନି ଏବଂ ଇରାକର କମାଣ୍ଡର ଅବୁ ମହଦି ଅଲ ମୁହାନ୍ଦିସକୁ ହତ୍ୟା କରିଥିଲା । ପରେ ଆମେରିକା ଏୟାରବେସରେ ଇରାନ ପକ୍ଷରୁ ୨୨ ଟି ମିଶାଇଲ ମାଡ କରାଯାଇଥିଲା । ଯେଉଁଥିରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପଟେ ସେ ଇରାକ ସହିତ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଛନ୍ତି ବୋଲି ନିଜ ଅଭିଭାଷଣରେ ଇଙ୍ଗିତ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ଭଭିଭାଷଣ ପରେ ଦୁଇ ଦେଶ ପରସ୍ପର ଉପରେ କରୁଥିବା ଆକ୍ରମଣ କମିବ ବୋଲି ଆଶା କରାଯାଉଛି । ତଥାପି ଏଯାବତ ଦୁଇଦେଶ ମଧ୍ୟରେ ଶାନ୍ତିପ୍ରତିଷ୍ଠା ପାଇଁ ଉଭୟଙ୍କ ପକ୍ଷରୁ ସେମିତି କିଛି ପ୍ରଚେଷ୍ଟା ହୋଇନାହିଁ