ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିର ମେରଠ ସୀମା ଦେଇ ଶାମଲି ଜନପଦରେ ପହଁଚିଛନ୍ତି । ସେଠାରେ ସେ ପୁଲୱାମା ସହୀଦ ଯବାନ ପ୍ରଦୀପ ଏବଂ ଅମିତ୍ ଙ୍କ ଘରକୁ ଯାଇଛନ୍ତି ।
ରିପୋର୍ଟ ଅନୁଯାୟୀ, ରାହୁଲ ଏବଂ ପ୍ରିୟଙ୍କା ହାଇୱେ ସ୍ଥିତ ଏକ ଢାବାରେ ରହି ଲୋକଙ୍କ ସହିତ କିଛି ସମୟ କଥା ବର୍ତ୍ତା ହୋଇଥିଲେ । ତାଙ୍କ ସହିତ ରାଜ ବବର ଏବଂ ଜ୍ୟୋତିରାଜ ସିନ୍ଧିଆ ମଧ୍ୟ ସାମିଲ ଥିଲେ ।
କଂଗ୍ରେସର ଏହି ନେତାମାନେ ଢାବାରେ କିଛି ସମୟ ରହିଲା ପରେ ଶାମଲି ଅଭିମୁଖେ ବାହାରିଥିଲେ । ଏହାପରେ ସେ ସହୀଦ ଯବାନଙ୍କ ପରିବାର ସହିତ ସାକ୍ଷାତ କରିବେ । ଏହାସହିତ ସେ ପରିବାରଙ୍କ ସହି କଥା ବର୍ତ୍ତା ହୋଇ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ । ଅନ୍ୟପଟେ ରାହୁଲ ଏବଂ ପ୍ରିୟଙ୍କା ଜନପଦ ଅଭିମୁଖେ ଯାଉଥିବା ଖବର ପାଇ ସାରା ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡା କଡି କରି ଦିଆଯାଇଛି ।