ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ୟାନ୍ କାର୍ଡଧାରୀଙ୍କ ପାଇଁ ଏକ ଜରୁରୀ ଖବର । ଆଇଟି ରିଟର୍ଣ୍ଣ ଦାଖଲ କରିବାଠୁ ନେଇ ବିଭିନ୍ନ ଆର୍ଥିକ ଲେଣ ଦେଣରେ ପ୍ୟାନ୍ କାର୍ଡର ଆବଶ୍ୟକତା ପଡିଥାଏ । କିନ୍ତୁ ବେଳେ ବେଳେ କିଛି ଲୋକ କୌଣସି ଫର୍ମ ଭରିବା ବେଳେ ଭୁଲ୍ ପ୍ୟାନ୍ କାର୍ଡ ନମ୍ବର ଦେଇ ଦେଇଥାନ୍ତି । ସେଥିପାଇଁ ସାବଧାନତାର ସହ ପ୍ୟାନ୍ କାର୍ଡ ଭରିବା ନିହାତି ଜରୁରୀ ।
ନିୟମ ଅନୁସାରରେ, ଯଦି କୌଣସି ବ୍ୟକ୍ତି ଫର୍ମ ଭରିଲା ବେଳେ ପ୍ୟାନ୍ କାର୍ଡ ନମ୍ବର ଭୁଲ୍ ଦେଇଛନ୍ତି ତେବେ ତାଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ । ଇନକମ୍ ଟ୍ୟାକ୍ସ ଆକ୍ଟର ୧୯୬୧ ସେକ୍ସନ ୨୭୧ବି ଅନୁଯାୟୀ, ଆଇଟି ଡିପାଟମେଣ୍ଟ ଭୁଲ୍ ପ୍ୟାନ୍ କାର୍ଡ ନମ୍ବର ଦେବା ଦ୍ୱାରା ୧୦ ହଜାର ଟଙ୍କାର ଜରିମାନା ଲାଗିପାରେ ।
ଟ୍ୟାକ୍ସ ଡିପାଟମେଣ୍ଟର ନିୟମାନୁସାରେ, ଯଦି କୌଣସି ବ୍ୟକ୍ତି ଏକରୁ ଅଧିକ ପ୍ୟାନ୍ କାର୍ଡ ରଖିଥାନ୍ତି, ତେବେ ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ର ସେକ୍ସନ ୨୭୨ବି ଅନୁଯାୟୀ ତାଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲଗାଯାଇ ପାରିବ । ଇତି ମଧ୍ୟରେ ଜରୁରୀ ହେଉଛି ଯଦି ଆପଣଙ୍କ ପାଖରେ ଦୁଇଟି ପ୍ୟାନ୍ କାର୍ଡ ଅଛି ତେବେ ଗୋଟେ କାର୍ଡ ଟ୍ୟାକ୍ସ ଡିପାଟମେଣ୍ଟକୁ ଫେରାଇ ଦିଅନ୍ତୁ ।
ସେହିପରି ଯଦି ପ୍ୟାନ୍ କାର୍ଡ ଆଧାର କାର୍ଡ ଲିଙ୍କ ହୋଇନାହିଁ ତେବେ ଡିସେମ୍ବର ୩୧, ୨୦୧୯ ପରେ ଏହା ଅବୈଧ ଘୋଷିତ କରାଯାଇପାରେ । ଏହାସହିତ ଯଦି ଆପଣ କୌଣସି ମୋଟା ଅଙ୍କର ଲେଣ ଦେଣରେ ଆଧାର କାର୍ଡ ନମ୍ବର ଏବଂ ପ୍ୟାନ୍ କାର୍ଡ ନମ୍ବର ଦେଇ ନାହାନ୍ତି ତେବେ ଏଥିପାଇଁ ବି ଜରିମାନା ଲାଗିପାରେ ।