ଭାରତରେ ଏବେ କରୋନ ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ଆଜି ସକାଳ ୧୦ ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଅତିକ୍ରମ କରିଛି । ସୂଚନା ଅନୁସାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୬୪୧୨ । ମୃତ୍ୟୁ ସଂଖ୍ୟା ୧୯୯ ରେ ପହଞ୍ଚିଛି ।
ସେହିଭଳି ୫୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଗତ ୧୨ ଘଣ୍ଟା ମଧ୍ୟରେ ୫୪୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜ୍ୟରେ ପଜିଟିଭ ସଂଖ୍ୟା ୪୮ ରେ ପହଞ୍ଚିଛି ।