ପୁରୀ ( ଏଟିଆର ବ୍ୟୁରୋ) : ଜାମ୍ମୁକାଶ୍ମୀରୁ ୩୭୦ ଉଠାଇବାକୁ ସମର୍ଥନ ଜଣାଇଲେ ପୁରୀ ଗୋବର୍ଦ୍ଧନ ପୀଠର ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ସେ ଏହି ପ୍ରସଙ୍ଗକୁ ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏଭଳି ଏକ ନିଷ୍ପତ୍ତିକୁ ଦୀର୍ଘ ଦିନରୁ ଅପେକ୍ଷା କରି ରହିଥିଲି। ଆଜି ସେହି ଅପେକ୍ଷାର ଅନ୍ତ ଘଟିଲା। ଭାରତର ଅସ୍ତିତ୍ବକୁ କ୍ଷତବିକ୍ଷତ କରିବା ପାଇଁ ବ୍ରିଟିଶମାନଙ୍କର କୁଟନୈତିକ ଗୋଟି ଚାଳନାର ଆଜି ପରାଭବ ଘଟିଲା । ବୋଲି କହିବା ସହ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଦଳମତକୁ ପଛରେ ରଖି ଭାରତ ପାଇଁ କାମ କରାଯାଉ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।
ସୂଚନାଯୋଗ୍ୟ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଆଜି ସକାଳେ ପ୍ରଥମେ ଏନେଇ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଗୃହମନ୍ତ୍ରୀ ଅମିତ ଶାହା ଏନେଇ ରାଜ୍ୟସଭାରେ ଆଜି ପ୍ରସ୍ତାବ ରଖିଛନ୍ତି । ତେବେ ଏହାକୁ ନେଇ ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।
ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦ ଓ ପିଡିପି ସଦସ୍ୟମାନେ ପୋଷାକ ଚିରି ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ । ରାଷ୍ଟ୍ରପତି ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ନେଇ ଆଜି ଅମିତ ଶାହ ରାଜ୍ୟସଭାକୁ ଜଣାଇଛନ୍ତି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଶିବ ସେନା ଏବଂ ବିଜେପି,ବିଜେଡି , ଏଆଇଏଡିଏକେ, ବିଏସପି, ୱାଇଏସଆରସି ରାଜ୍ୟସଭାରେ ସମର୍ଥନ ଜଣାଇଛି । କରିଛି କଂଗ୍ରେସ ଓ ଜେଡିୟୁ ବିରୋଧ କରିଛନ୍ତି ।