ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଫେଲ ଡିଲ୍ ମାମଲାରେ କେନ୍ଦ୍ର ସରକାରଙ୍କୁ ଉଚ୍ଚତମ ନ୍ୟାୟାଳୟରୁ ଶକ୍ତ ଝଠକା ଲାଗିଛି । ଏହି ମାମଲାରେ ଦ୍ୱିତୀୟ ଥର ଶୁଣାଣି କରିବା ପାଇଁ ଅଦାଲତ ପ୍ରସ୍ତୁତ । କେନ୍ଦ୍ର ସରକାରଙ୍କ ରାଫେଲ କାଗଜପତ୍ରକୁ ନେଇ ଜାରି ଆପତିକୁ ଅଦାଲତ ପକ୍ଷରୁ ଖାରଜ କରି ଦିଆଯାଇଛି । ଦସ୍ତାବିଜ୍ ରଖିବାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରଶ୍ନ ଉଠିଥିଲା । ଏନେଇ ଅଦାଲତ ପକ୍ଷରୁ କୁହାଯାଇଛି କି ଯେଉଁ କାଗଜପତ୍ର ଅଦାଲତରେ ରଖାଯାଇଛି ତାହା ମାନ୍ୟ ।
ଅଦାଲତରେ ପୁର୍ନବିଚାର ପିଟିସନର ଶୁଶାଣି ପାଇଁ ପ୍ରମାଣ ଆଧାରରେ ତିନୋଟି ଦସ୍ତାବିଜ୍ କୁ ସ୍ୱୀକାର କରାଯାଇଛି । ଯେପର୍ଯ୍ୟନ୍ତ ରାଫେଲ ମାମଲାରେ ସମୀକ୍ଷା ପୀଟିସନର ଶୁଣାଣିକୁ ପ୍ରଶ୍ନ ରହିଛି ଏହାକୁ ନେଇ ପରେ ଶୁଣାଣି କରାଯିବ । ଏହାପୂର୍ବରୁ ଡିସେମ୍ବର ୧୪ ରେ ଦିଆଯାଇଥିବା ନିଷ୍ପତି ଉପରେ ଅଦାଲତ ପକ୍ଷରୁ ସରକାରଙ୍କୁ କ୍ଲିନଚିଟ୍ ଦିଆଯାଇ ଫ୍ରାନ୍ସରୁ ୩୬ ବିମାନ କିଣା ଯିବା ପ୍ରକ୍ରିିୟାକୁ ତଦନ୍ତ ଅଦାଲତର ଅଧିନରେ ରହିବା ଆଦେଶକୁ ମନା କରାଯାଇଥିଲା ।
ଗତ ବର୍ଷ ଏହି ମାମଲାରେ ଶୁଣାଣି କରାଯାଇ ନ୍ୟାୟାଳୟ ପକ୍ଷରୁ କୁହାଯାଇଥିଲା କି , ପ୍ରକ୍ରିୟାରେ ବିଶେଷ ଅଭାବ ନାହିଁ ଏବଂ କେନ୍ଦ୍ରର ୩୬ ବିମାନ କିଣା ନିଷ୍ପତି ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ । ଏହାସହିତ ବିମାନର କ୍ଷମତାରେ କୌଣସି ଅଭାବ ନାହିଁ ।
ଆଦେଶରେ ଉଚ୍ଚତମ ନ୍ୟାୟାଳୟ କହିଥିଲେ କି, ରାଫେଲ ଡିଲ୍ ପ୍ରକିୟାରେ କୌଣସି ଅଭାବ ନଥିବାରୁ ଆମେ ପୂରା ସନ୍ତୁଷ୍ଟ । ସାମରିକ ଭାବେ ଦେଶକୁ ସକ୍ଷମ ରହିବା ଆବଶ୍ୟକ । ଅଦାଲତ ପାଇଁ ଅପିଲକର୍ତ୍ତା ପ୍ରଧିକାରୀ ରୂପେ ବସିବା ଏବଂ ସମସ୍ତ ଚରଣରେ ତଦନ୍ତ କରିବା ସମ୍ଭବ ନୁହେଁ । ଆମକୁ ଏଭଳି କିଛି ପ୍ରମାଣ ମିଳି ନାହିଁ ଯାହାଦ୍ୱାରା ପ୍ରମାଣ ହୋଇପାରିବ କି ଏହି ଡିଲ୍ ରେ କାହାରି ବ୍ୟାପାରିକ ହିତ ରହିଛି ।