ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫ୍ରାନ୍ସରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଶସ୍ତ୍ର ପୂଜାକୁ ନେଇ ବିବାଦ ଉପୁଜିଥିବା ବେଳେ ଇତିମଧ୍ୟରେ ପାକ୍ ସେନା ପ୍ରବକ୍ତା ଆସିଫ୍ ରାଜନାଥ ସିଂଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ‘ରାଫେଲ ପୂଜାରେ କିଛି ବି ଭୁଲ୍ ନାହିଁ କାରଣ ଏହା ଧର୍ମ ଅନୁସାରେ ହୋଇଛି ।’
ସବୁଠାରୁ ବଡ କଥା ହେଉଛି ଦଶହରା ଅବସରରେ ଯେତେବେଳେ ଫ୍ରାନ୍ସରେ ରାଫେଲ ଯୁଦ୍ଧ ବିମାନ ହସ୍ତାନ୍ତର କରାଯାଉଥିଲା, ସେହି ସମୟରେ ରାଜନାଥ ସିଂ ରାଫେଲ ପୂଜା କରିଥିଲେ । କାରଣ ପାରମ୍ପରିକ ଅନୁଯାୟୀ ଦଶହରାରେ ଶସ୍ତ୍ର ପୂଜା କରିବାର ବିଧି ରହିଛି । ଏହାପରେ ବିପକ୍ଷ ଦଳର ନେତା ମାନେ ଏହାକୁ ନେଇ ଅନେକ କଥା କହିବା ସହ ରାଜନାଥ ସିଂଙ୍କୁ ଟାର୍ଗେଟ କରିଥିଲେ ।
ପାକ୍ ସେନା ପ୍ରବକ୍ତା ଆସିଫ୍ ଗଫୁର ଟ୍ୱିଟ୍ କରି କହିଛନ୍ତି, ‘ରାଫେଲ ପୂଜାରେ କିଛି ବି ଭୁଲ୍ ନାହିଁ କାରଣ ଏହା ଧର୍ମ ଅନୁସାରେ ହୋଇଛି । ମନେରଖନ୍ତ୍ୁ, ଏହା କେବଳ ସାମାନ୍ୟ ମେସିନ୍ ନୁହେଁ ଏହା ଏକ ଅସ୍ତ୍ର , ଯାହା ପ୍ରକୃତରେ ସେହି ମେସିନ୍ କୁ ସଂଚାଳନ କରୁଥିବା ବ୍ୟକ୍ତିର କ୍ଷମତା, ଜୁନୁନ୍ ଏବଂ ସଂକଳ୍ପ ଉପରେ ନିର୍ଭର । ମୁଁ ଆମର ପିଏଏଫ ସହିଦ ଉପରେ ଗର୍ବିତ ।’
ଅକ୍ଟୋବର ୮, ଦଶହରା ଅବସରରେ ଫ୍ରାନ୍ସିସର ବନ୍ଦରଗାହ ସହର ବୋର୍ଡୋକ୍ସରେ ପ୍ରଥମ ଯୁଦ୍ଧ ବିମାନ ରାଫେଲ ଗ୍ରହଣ କରିଥିଲେ ରାଜନାଥ ସିଂ । ଏହାପରେ ସେ ସେଠାରେ ଶସ୍ତ୍ର ପୂଜନ କରିବା ସହ ରାଫେଲ ଉପରେ ଓମ ଲେଖି ନଡିଆ ବାଡେଇଥିଲେ । କେବଳ ଏତିକି ନୁହେଁ କୌଣସି ଖରାପ ଦୃଷ୍ଟ ନପଡିବା ପାଇଁ ରାଫେଲ ଚକା ତଳେ ଲେମ୍ବୁ ରଖି ଉଡାଣ ଭରିଥିଲେ ।
ଏହାପରେ ଏହି ଶସ୍ତ୍ର ପୂଜାକୁ ନେଇ ରାଜନାଥ ସିଂଙ୍କୁ ସୋସିଆଲ ମିଡିଆରେ କଂଗ୍ରେସ ଦଳ ଆଲୋଚନାର ଶିକାର ହେବାକୁ ପଡିଥିଲା । ରାଜନାଥ ସିଂଙ୍କ ଶସ୍ତ୍ର ପୂଜାକୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ତମାଶା ବୋଲି କହିଥିଲେ ।