କାମାକ୍ଷାନଗର(ଏଟିଆର ବ୍ୟୁରୋ):କାମାକ୍ଷାନଗରରେ ଲୁଟେରାଙ୍କ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛିଦିନ ପୂର୍ବେ କାମାକ୍ଷାନଗରର ଅନନ୍ତପୁରରେ ଲୁଟେରାମାନେ ଘରର ଗ୍ରୀଲ ତାଡି ଘରୁ ଟଙ୍କା ସୁନା ଲୁଟ୍ କରିଥିବା ବେଳେ, ଗତକାଲି ନୀଳକଣ୍ଠ ନଗରରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, କାମାକ୍ଷାନଗର ଥାନା ଅନ୍ତର୍ଗତ ନୀଳକଣ୍ଠ ନଗରରେ ରହୁଥିବା ସ୍ୱର୍ଣ୍ଣଲତା ମିଶ୍ରଙ୍କ ଘରୁ ପ୍ରାୟ ୨୦ ହଜାର ଟଙ୍କା ସମେତ ୪୦ ଭରିର ସୁନା ଚୋରି ହୋଇଯାଇଛି । ଗତକାଲି ରାତିରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଲୁଟେରାମାନେ ଘରର ଗ୍ରୀଲ ତାଡି ଲୁଟପାତ କରିଥିଲେ । ସ୍ୱର୍ଣ୍ଣଲତା ଜଣେ ଶିକ୍ଷୟତ୍ରୀ ହୋଇଥିବାବେଳେ ଝିଅ ବିବାହ ପାଇଁ ସେ ଟଙ୍କା ରଖି ବହୁ କଷ୍ଟରେ ସୁନା କରିଥିଲେ । ହେଲେ ରାତିକ ଭିତରେ ଯେମିତି ସବୁ ଅନ୍ଧାର ହୋଇଗଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଏହି ଲୁଟେରା ମାନଙ୍କୁ ଧରିବା ପୋଲିସ୍ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରୁଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024