ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସିଏଏକୁ ନେଇ ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । କହିଲେ ମୁଁ ଭାରତୀୟ ବୋଲି ପ୍ରମାଣ କରିାବେକୁ କହିବାକୁ ମୋଦି କିଏ ? ମୋଦିଙ୍କୁ ଏ ଅଧିକାର ଦେଲା କିଏ । ନିଜ ନିର୍ମାଚନ ମଣ୍ଡଳୀ ୱାୟନାଡରେ ଏକ ସିଏଏ ବିରୋଧରେ ହୋଇଥିବା ଏକ ସଭାରେ ଯୋଗ ଦେଇ ଏମିତି କହିଛନ୍ତି ରାହୁଲ ଗାନ୍ଧୀ । ସେ ଆହୁରି ମଧ୍ୟ କହିଛନ୍ତି ନାଥୁରମ ଓ ମୋଦି ଗୋଟିଏ ବିଚାର ଧାରାରେ ବିଶ୍ୱାସ କରନ୍ତି । ଉଭୟଙ୍କ ମଧ୍ୟରେ କୌଣସି ଫରକ ନାହିଁ । ମୋଦି କେବଳ ନିଜକୁ ବିଶ୍ୱାସ କରନ୍ତି ।
ରାହୁଲ କହିଛନ୍ତି ଯେତେବେଳେ ବି ଆପଣ ମୋଦିଙ୍କୁ ବେରୋଜଗାର ଓ ଚାକିରି ପ୍ରସଙ୍ଗ ଉଠାଇବେ ସେତେବେଳେ ମୋଦି ଜନତାଙ୍କ ଧ୍ୟାନ ହଟାଇବା ପାଇଁ ପ୍ରଚେଷ୍ଟା କରନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ରାହୁଲ କହିଛନ୍ତି ଏବେ ଭାରତୀୟଙ୍କୁ କୁହାଯାଉଛି ସେମାନେ ଭାରତୀୟ ବୋଲି ପ୍ରମାଣ କରିବାକୁ । ମୁଁ ଜାଣିଛି ମୁଁ ଜଣେ ଭାରତୀୟ ଏକଥା ପ୍ରମାଣ କରିବା ଜରୁରୀ ନୁହେଁ ବୋଲି ରାହୁଲ କହିଛନ୍ତି ।