ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଆଜି ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ । ମୋଦିଙ୍କ ପାଖରେ ଅମ୍ବାନୀକୁ ଦେବା ପାଇଁ ୩୦ ହଜାର କୋଟି ଟଙ୍କା ଥିବା ବେଳେ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ୧୯ ହଜାର କୋଟି ଟଙ୍କା ନାହିଁ ବୋଲି ରାହୁଳ ଗାନ୍ଧୀ କହିଛନ୍ତି । ଆଜି କଂଗ୍ରେସ ଭବନରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଭେଟି ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଏହି ଅବସରରେ ରାହୁଲ ଗାନ୍ଧୀ ରାଫେଲ ଦୁର୍ନୀତି ଓ ପେନସନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ମୋଦି ସୈନିକମାନଙ୍କୁ ଧୋକା ଦେଇଥିବା ସେ ସିଧାସଳଖ କହିଛନ୍ତି । ରାଫେଲ ପ୍ରସଙ୍ଗକୁ ନେଇ ରାହୁଳ ଗାନ୍ଧି ମୋଦୀଙ୍କୁ ଟାର୍ଗେଟ କରି ଅସ୍ତ୍ର ମାରିଛନ୍ତି । ରାଫେଲ ଦୁର୍ନୀତି ମୋଦି ସରକାରଙ୍କର ଏକ ବଡ ବିଫଳତା ବୋଲି ସେ ଜଣାଇଛନ୍ତି । ରାଫେଲ ଡିଲ ପାଇଁ ଅମ୍ବାନୀଙ୍କୁ ୩୦ ହଜାର କୋଟି ଦେବାପାଇଁ ମୋଦି ପ୍ରସ୍ତୁତ ଥିବା ବେଳେ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ୧୯ ହଜାର କୋଟି ଟଙ୍କା ଦେବା ବେଳକୁ ମୋଦିଙ୍କ ହାତ ଫାଙ୍କା ପଡିଛି ବୋଲି ସେ କହିଛନ୍ତି ।
ମୋଦି ସରକାର ରାଫେଲ କିଣାରେ ମହାଦୁର୍ନୀତି କରିଥିବା ଅଭିଯୋଗ ଆଣି ଦେଶକୁ ଧୋକା ଦେବାକଥା ରାହୁଲ କହିଛନ୍ତି । ଏପରିକି ପୂର୍ବରୁ ମୋଦୀଙ୍କ ଇସ୍ତଫା ଦାବୀ ମଧ୍ୟ କରିଥିଲେ ରାହୁଲ ଗାନ୍ଧୀ । ଏବେ ଏତେସବୁ ପରେ ମଧ୍ୟ ମୋଦି କାହିଁକି ଇସ୍ତଫା ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମୋଦି ଅତିଶୀଘ୍ର ଶାସନ ଗାଦିରୁ ହଟିଯିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।