ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବୟାନ ଗତ ପାଞ୍ଚ ବର୍ଷ ଭିତରେ ଦେଶରେ କୌଣସି ବଡ ବମ ବ୍ଲାଷ୍ଟ ହୋଇନଥିବା କଥାକୁ କାଉଣ୍ଟର କଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଳ ଗାନ୍ଧି କହିଛନ୍ତି କି ଗତ ପାଞ୍ଚ ବର୍ଷରେ ୯୪୨ ବମ ବ୍ଲାଷ୍ଟ ହୋଇଛି । ରହୁଳ ଗାନ୍ଧି ଟ୍ୱିଟ କରି ଲେଖିଛନ୍ତି ପ୍ରାଧାନମନ୍ତ୍ରୀ କହୁଛନ୍ତି କି ୧୦୧୪ ରୁ ଆଜି ପର୍ଯ୍ୟନ୍ତ ଦେଶରେ କୌଣସି ବମ ବ୍ଲାଷ୍ଟର ଶବ୍ଦ ତାଙ୍କ କାନରେ ବାଜି ନାହିଁ ।
୨୦୧୪ରୁ ଆଜି ପର୍ଯ୍ୟନ୍ତ ପୁଲୱାମା , ଫଠାନକୋଟ , ଉରୀ , ଗଡଚିରୋଲି ସମେତ ୯୪୨ ସ୍ଥାନରେ ବଡ ବ୍ଲାଷ୍ଟ ହୋଇଛି ବୋଲି ରାହୁଳ ଗାନ୍ଧି ଟ୍ୱିଟରରେ ଉତ୍ତର ରଖିଛନ୍ତି । ବୁଧବାର ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ନକ୍ସଲ ଅକ୍ରମଣ ପରେ ରାହୁଳଙ୍କ ଏହି ଟ୍ୱିଟ ଆସିଥିବାରୁ ଏହାକୁ ନେଇ ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଉକ୍ତ ଆକ୍ରମଣରେ ୧୫ କମାଣ୍ଡରଙ୍କ ସମେତ ଜଣେ ସାଧାରଣ ନାଗରିକଙ୍କ ଜୀବନ ଯାଇଥିଲା ।
ସେହିଭଳି କଂଗ୍ରେସ ପ୍ରବକ୍ତା ପୱନ ଖେରା ମଧ୍ୟ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଖେରା କହିଛନ୍ତି କି ଗତ ପାଞ୍ଚବର୍ଷ ଭିତରେ ପାଖାପାଖି ୧୦୮୬ ନକ୍ସଲ ହମଲା ହୋଇଛି , ଯେଉଁଥିରେ ୩୯୧ ଯବାନଙ୍କ ସମେତ ୫ ୮୨ ନାଗରିକଙ୍କ ମୃତ୍ୟୁ ହୋଇଛି । ସେ ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେଉଁଭଳି ଭାବରେ ନକ୍ସଲ ଆକ୍ରମଣ ବଡୁଛି ତାର ଉତ୍ତରଦାୟୀ ପ୍ରଧାନମନ୍ତ୍ରୀ ରହିବେ ତ ? ଗତ ମାସରେ ଦନ୍ତେୱାଡାରେ ନକ୍ସଲ ଆକ୍ରମଣ ହୋଇଥିଲା ଯାହାର ଦୋଷ ପ୍ରଧାନମନ୍ତ୍ରୀ ଛତିଶଗଡ ସରକାର ମୁଣ୍ଡରେ ଲଦି ଦେଇଥିଲେ କିନ୍ତୁ ଛତିଶଗଡରେ ଭାଜପାର ଦଶବର୍ଷ ଶାସନ କାଳରେ ସେଠାରେ ୧ ହଜାର ସିଆରପିଏଫ ସହିଦ ହୋଇଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି ।