ହରିଆଣା ( ଏଟିଆର ବ୍ୟୁରୋ): ଆସନ୍ତା କାଲି ଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ପାଖାପାଖି ୩୦ ଟି ଟ୍ରେନ ଆସନ୍ତା ଅକ୍ଟୋବର ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ସୂଚନା ଅନୁସାରେ ବିଭିନ୍ନ ରୁଟରେ ଏବେ ରେଳ ଟ୍ରାକ କାମ ଚାଲୁଥିବାରୁ ଏହି ଟ୍ରେନ ବନ୍ଦ ରହିବ । ସୂଚନା ଅନୁସାରେ ହରିଦ୍ୱାର ଓ ଲସ୍କର ରୁଟରେ ଟ୍ରାକ କାମ ଚାଲୁଥିବାରୁ ଏହି ରୁଟରେ ୩୦ ଟି ଟ୍ରେନ ଚଳାଚଳ ବନ୍ଦ ରହିବ ।
କାମ ସରିବା ପରେ ପୁଣି ଏହି ରୁଟରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ । ତେବେ ଏହି ରୁଟରେ ଟ୍ରେନ ଚଳାଚଳ ହେଉ ନଥିବାରୁ ମୁଖ୍ୟତ ହରିଦ୍ୱାର ଯିବାକୁ ଥିବା ଯାତ୍ରୀ ମାନେ ଅସୁବିଧାରେ ପଡି ପାରନ୍ତି । ଏହି ସମୟ ମଧ୍ୟରେ ଅନ୍ୟ ରୁଟ ଦେଇ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ମଧ୍ୟ ଭିଡ ଅଧିକ ରହିବ । ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୁଚନା ଅନୁସାରେ ହରିଦ୍ୱାରରୁ ଲସ୍କର ପର୍ଯ୍ୟନ୍ତ ରାସ୍ତାକୁ ଦ୍ୱିପାକ୍ଷିକ କରାଯାଉଛି । ତେଣୁ ବିଭାଗ ଏହି ରାସ୍ତା ଦେଇ ଯାଉଥିବା ଦୈନିକ ଟ୍ରେନ ସମେତ ସାପ୍ତାହିକ ଟ୍ରେନକୁ ବାତିଲ କରାଯାଇଛି ।