ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ରେନରେ ଯାତ୍ରା କରୁଥିବା ମହିଳା ମାନଙ୍କ ପାଇଁ ବର୍ତ୍ତମାନ ଜରୁରୀକାଳୀନ ବଟନ ସୁବିଧା ଉଠାଇ ଦିଆଯିବ । ରେଳ ମନ୍ତ୍ରାଳୟ ମହିଳା ସୁରକ୍ଷା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଏହି ପରାମର୍ଶକୁ ବାଦ୍ କରି ଦିଆଯାଇଛି । ଯେଉଁଥିରେ ଟ୍ରେନରେ ଜରୁରୀକାଳୀନ ପୁଶ ବଟନ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ରେଲ ବିଭାଗ ପକ୍ଷରୁ ୨୦୧୮କୁ ମହିଳା ସୁରକ୍ଷା ବର୍ଷ ଭାବେ ଘୋଷିତ କରାଯାଇଛି । କିନ୍ତୁ ମହିଳା ସୁରକ୍ଷାକୁ ନେଇ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ପରାମର୍ଶକୁ ବାଦ୍ କରି ଦିଆଯାଇଛି ।
ରେଳ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ଜରୁରୀକାଳୀନ ଆଲାରାମ ଚେନ୍ ପ୍ରଣାଳୀ ପୂର୍ବରୁ ରେଳ ଡବାରେ ଉପଲବ୍ଧ ଅଛି । ସେଥିପାଇଁ ଟ୍ରେନର ସମସ୍ତ ଡବାରେ ଥିବା ଜରୁରୀକାଳୀନ ପୁଶ ବଟନ ଉପରେ ବିଚାର କରାଯାଇନାହିଁ । ରେଳ ରାଜ୍ୟ ମନ୍ତ୍ରୀ ରାଜନ ଗୋହାଇଙ୍କ କହିବାନୁଯାଇ, ପରୀକ୍ଷଣ ଆଧାର କୁ ନେଇ ମୁମ୍ବାଇର ସମସ୍ତ ଅର୍ବାନ ଟ୍ରେନର ଏସି କୋଚରେ ଦୁଇଟି ଇଲେକ୍ଟ୍ରିକାଲ ମଲ୍ଟିପୁଲ ୟୁନିଟ ଟକ୍ ବ୍ୟାକ ସିଷ୍ଟମ ଲଗାଯାଇଛି ।
ମହିଳା ଯାତ୍ରୀଙ୍କ ପାଇଁ ୨୪ ଘଣ୍ଟିଆ ସୁରକ୍ଷା ନିମନ୍ତେ ଟ୍ରେନରେ ଅନେକ ଉପାୟର ଯୋଜନା କରାଯାଇଛି । ଯେଭଳି ଅର୍ବାନ ଟ୍ରେନର ମହିଳା କୋଚରେ କ୍ଲୋଜ ସର୍କିଟ ଟେଲିଭିଜନ,ମେଟ୍ରୋ ସହରରେ ରାତ୍ରିରେ ଯାତ୍ରା କରୁଥିବା ଟ୍ରେନରେ ମହିଳା ପୋଲିସଙ୍କ ରହିବା । ରାଜନ ଗୋହାଇ ଆହୁରି ମଧ୍ୟ କହିଛନ୍ତି କି ଅଖିଳ ଭାରତୀୟ ସୁରକ୍ଷା ହେଲ୍ପଲାଇନ ୧୮୨ କୁ ୫.୫୯ କୋଟି ଟଙ୍କାରେ ଅପଗ୍ରେଡ କରାଯାଉଛି । ଏହାକୁ ମୋବାଇଲ ଆପ ମାଧ୍ୟମରେ ସଂଯୋଗ କରିହେବ ।