ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏବେ ରେଲୱେ ପକ୍ଷରୁ ୬୧୯ ଟି ଟ୍ରେନ୍ କୁ ବାତିଲ କରାଯାଇଛି । ଏହି ଟ୍ରେନ୍ ମାର୍ଚ୍ଚ ୨୦ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ନାହିଁ ।
ବାତିଲ ହୋଇଥିବା ଟ୍ରେନ୍ ମଧ୍ୟରେ ଶତାଦ୍ଦି, ଜନଶତାବ୍ଧି ଏକ୍ସପ୍ରେସ, ପାସେଞ୍ଜର ଟ୍ରେନ ସମେତ କିଛି ସ୍ପେଶାଲ ଟ୍ରେନ୍ ସାମିଲ ଅଛି । ଏନେଇ ରେଲୱେର ନେସନାଲ ଟ୍ରେନ୍ ଇନକ୍ୟୁାରୀ ସିଷ୍ଟମ (ଏନଟିଇଏସ) ୱେବସାଇଟରେ ବାତିଲ ହୋଇଥିବା ଟ୍ରେନ୍ ର ତାଲିକା ଜାରି କରାଯାଇଛି । ଏହାସହିତ ଏନେଇ ସମସ୍ତ ରେଲୱେ ଷ୍ଟେସନ ମାନଙ୍କରେ ଘୋଷଣା କରାଯାଉଛି ।
ରେଲୱ ଅଧିକାରୀଙ୍କ ଅନୁସାରେ , ଟିକେଟ ରଦ୍ଦ ହେବା ପରେ ଲାଗୁଥିବା ଶୁଳ୍କ କଟାଯିବ ନାହିଁ । ଯାତ୍ରୀ ମାନଙ୍କୁ ସେମାନଙ୍କ ଟିକେଟର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ଅନେକ ସ୍ପେଶାଲ ଟ୍ରେନ୍ ଗୁଡିକ ବାତିଲ କରିଦିଆ ଯାଇଛି ।
ଅନ୍ୟପଟେ ରାଷ୍ଟ୍ରୀୟ ପରିବାହକ ପକ୍ଷରୁ କ୍ୟାଟରିଙ୍ଗ କର୍ମଚାରୀଙ୍କ ପାଇଁ ଜୋନଲ କାର୍ଯ୍ୟାଳୟ ଦିଶା ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି, ଖାସ, ଜ୍ୱର, ଥଣ୍ଡାରେ ପୀଡିତ ଥିବା କର୍ମଚାରୀଙ୍କୁ କାମ କରିବାକୁ ଦିଆଯିବ ନାହିଁ । ଏହାସହିତ କୋଭିଡ୧୯ ପାଇଁ ସମସ୍ତ କ୍ଷେତ୍ର ସଫା ସୁତୁରା ରଖା ଯାଉଛି ।