ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ମହଲ ସରଗରମ ହୋଇଥିବା ବେଳେ ଏବେ ମୋଦିଙ୍କୁ ନେଇ ସୋସିଆଲ ମିଡିଆରେ ହଇ ଚଇ ସୃଷ୍ଟ ହୋଇଛି । ଆଜ୍ଞା ହଁ ସମଗ୍ର ଦେଶବାସୀଙ୍କ ନାମରେ କିଛି ସମୟ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ସନ୍ଦେଶ ଜାରି କରାଯିବ । ଏକଥା ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି କି, ମୋର ପ୍ରିୟ ଦେଶବାସୀ, ଆଜି ସକାଳ ପାଖାପାଖି ୧୧.୪୫ ରୁ ୧୨ ଟା ମଧ୍ୟରେ ମୁଁ ଏକ ମହତ୍ୱପୂର୍ଣ୍ଣ ସନ୍ଦେଶ ନେଇ ଆସିବି । ଆପଣ ଟେଲିଭିଜନ, ରେଡିଓ ଏବଂ ସୋସିଆଲ ମିଡିଆରେ ଦେଖନ୍ତୁ ।
मेरे प्यारे देशवासियों,
आज सवेरे लगभग 11.45 – 12.00 बजे मैं एक महत्वपूर्ण संदेश लेकर आप के बीच आऊँगा।
I would be addressing the nation at around 11:45 AM – 12.00 noon with an important message.
Do watch the address on television, radio or social media.
— Chowkidar Narendra Modi (@narendramodi) March 27, 2019
ପ୍ରକୃତରେ ପ୍ରଧାନମନ୍ତ୍ରୀ କି ପ୍ରକାର ସନ୍ଦେଶ ନେଇ ଆସିବେ ତାହା ସ୍ପଶ୍ଟ ହୋଇ ନାହିଁ । କିନ୍ତୁ ଏବେ ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶକୁ ଅପେକ୍ଷା କରି ବସିଛନ୍ତି ।