ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ସୋଲାର ପାୱାର ବିଦ୍ୟୁତ୍ ଦ୍ୱାରା ଭାରତୀୟ ରେଲୱେର ଟ୍ରାକରେ ଦୌଡିବ ଟ୍ରେନ୍ । ଏନେଇ ଭାରତୀୟ ରେଲୱେ ପ୍ରସ୍ତୁତି କରିସାରିଛି । ରେଲୱେ ତାର ପାଇଲଟ ପ୍ରୋଜେକ୍ଟ ଅନୁଯାୟୀ ମଧ୍ୟପ୍ରଦେଶର ବିନାରେ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କରିଛି । ଯେଉଁଥିରେ ୧.୭ ମେଗା ୱାଟର ବିଦ୍ୟୁତ୍ ଉତ୍ପାଦନ ହୋଇପାରିବ । ଏହି ବିଦ୍ୟୁତ୍ ରୁ ଟ୍ରେନ୍ ଦୌଡିବାର ପ୍ରସ୍ତୁତି କରାଯାଇଛି ।
ଏନେଇ ରେଲୱେ ଦାବି କରିଛି କି ବିଶ୍ୱ ଇତିହାସରେ ଏହା ପ୍ରଥମ ଥର ଟ୍ରେନ୍ ଚାଲିବା ପାଇଁ ସୌର ଶକ୍ତି ବ୍ୟବହାର କରାଯିବ । ଏହି ପାୱାର ପ୍ଲାଣ୍ଟରେ ୨୫ ହଜାର ଭୋଲ୍ଟର ବିଦ୍ୟୁତ୍ ଉତ୍ପାଦନ କରାଯିବ । ଯାହାକୁ ଡାଇରେକ୍ଟ ଲେଭଲର ଓଭରହେଡରେ ଟ୍ରାନ୍ସଫର କରାଯିବ । ଏହା ସହାୟତାରେ ଟ୍ରାକରେ ଦୌଡିବ ଟ୍ରେନ୍ ।
ମଧ୍ୟପ୍ରଦେଶର ବିନାରେ ଖାଲି ପଡିଥିବା ଜମିରେ ବିଏଚଇଏଲ ସହଯୋଗରେ ୧.୭ ମେଗାୱାଟ କ୍ଷମତା ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ ପ୍ରସ୍ତୁତ କରାଯାଇଛି । ଏଭଳି ସୋଲାର ପ୍ଲାଣ୍ଟ ଅନ୍ୟ କୌଣସି ସ୍ଥାନରେ ଲାଗିନାହିଁ । ଯାହାଦ୍ୱାରା ଟ୍ରେନ୍ କୁ ଚଲା ଯାଇପାରିବ ।