ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୁ ହୁ ହୋଇ ବ୍ୟାପୁଛି କରୋନା । ରାଜସ୍ଥାନରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଜିଠୁ ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ସରକାର । ଏହି ଲକଡାଉନକୁ ଗେହଲଟ ସରକାର ‘ଜନ ଅନୁଶାସନ ପଖୱାଡା’ ବୋଲି ନାଁ ଦେଇଛନ୍ତି । ଲକଡାଉନ ସମୟରେ କେବଳ ଜରୁରୀ ସେବା ଜାରି ରହିବ ।
୧୫ ଦିନିଆ ଏହ ଲକଡାଉନରେ ଜରୁରୀ ସେବାକୁ ଛାଡିଦେଲେ ସମସ୍ତ ସରକାରୀ କାର୍ଯ୍ୟାଳୟ , ମାର୍କେଟ, ସପିଙ୍ଗମଲ, ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବ । ମାତ୍ର ହୋମ ହୋମଡେଲିଭରୀରେ କୌଣସି ବାଧା ଉପୁଜିବନି । ସେହିପରି ଶ୍ରମିକମାନେ ଯେପରି ନଯିବେ ସେଥିପାଇଁ କନଷ୍ଟ୍ରକ୍ସନ କାମ ଜାରି ରହିବ ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମନ୍ତ୍ରୀମାନେ ରାଜସ୍ଥାନରେ ଲକଡାଉନ ଲଗାଇବାର ପ୍ରସ୍ତାବ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ।