ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବେଙ୍ଗାଲୁରୁ ସ୍ଥିତ ଏଚଏଏଲ ବିମାନବନ୍ଦରରୁ ଗୁରୁବାର ଯୁଦ୍ଧ ବିମାନ ତେଜସ ରେ ଉଡାଣ ଭରିଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଜି ସୁଟ୍ ପିନ୍ଧି ପାଇଲଟଙ୍କ ପଛରେ ବସିଛନ୍ତି ରାଜନାଥ ସିଂହ । ତାଙ୍କ ସହିତ ଏୟାର ଭାଇସ ମାର୍ସଲ ଏନ୍ ତିୱାରି ବି ରହିଛନ୍ତି । ବେଙ୍ଗାଲୁରୁ ରେ ଏରୋନେଟିକାଲ ଡେଭଲପମେଣ୍ଟ ଏଜେନ୍ସି ର ନାସନାଲ ଫ୍ଲାଇଟ ଟେଷ୍ଟ ସେଣ୍ଟରରେ ତିୱାରି ପରିଯୋଜନା ନିର୍ଦ୍ଦେଶକ ଅଛନ୍ତି ।
ରକ୍ଷାମନ୍ତ୍ରାଳୟର ଜଣେ ଅଧିକାରୀ ବୁଧବାର ଦିନ କହିଥିଲେ କି ସ୍ୱଦେଶୀ ଯାନ୍ତ୍ରିକ ଦ୍ୱାରା ନିର୍ମିତ ତେଜସର ବିକାଶ ସହ ଜଡିତ ଅଧିକାରୀଙ୍କୁ ଉତ୍ସାହିତ କରିବାର ଉଦ୍ଦ୍ୟେଶ ରେ ରକ୍ଷାମନ୍ତ୍ରୀ ଏହି ଯୁଦ୍ଧ ବିମାନରେ ଉଡାଣ ଭରିବେ । ଏହାଦ୍ୱାରା ଭାରତୀୟ ବାୟୁସେନାଙ୍କ ମନବଳ ସୁଦୃଢ ହେବ ।
ତେଜସ ବିମାନର ସର୍ବାଧିକ ସ୍ପିଡ୍ ୧.୬ ମ୍ୟାକ ରହିଛି । ୨୦୦୦ କି.ମି ର ରେଞ୍ଜ କୁ କଭର କରୁଥିବା ତେଜସର ଅଧିକତମ ଥ୍ରଷ୍ଟ ୯୧୬୩ କେଜିଏଫ୍ । ଏଥିରେ ଗ୍ଲାସ କକପିଟ୍,ହେଲମେଟ ମାଉଣ୍ଟେଡ ଡିସପ୍ଲେ, ମଲ୍ଟି ମୋଡ ରଡାର,କମ୍ପୋଜିଟ୍ ଷ୍ଟ୍ରକଚର ଏବଂ ଫ୍ଲାଇ ବାଇ ୱାୟର ଡିଜିଟାଲ ସିଷ୍ଟମ ଭଳି ଆଧୁନିକ ଫିଚର ରହିଛି । ଏହାସହିତ ଏହି ବିମାନରେ ଦୁଇଟି ଆର-୭୩ ଏୟର ଟୁ ଏୟାର ମିସାଇଲ, ଦୁଇଟି ୧୦୦୦ ଏଲବିଏସ କ୍ଷମତାର ବମ, ଗୋଟେ ଲେଜର ଡେଜିଗ୍ନେସନ ପଡ ଏବଂ ଦୁଇଟି ଡ୍ରପ ଟ୍ୟାକ୍ସ । ଗୋଟେ ତେଜସକୁ ତିଆରି କରିବା ପାଇଁ ପାଖାପାଖି ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । ଏହି ଯୁଦ୍ଧ ବିମାନରେ ଆମେରିକାର ଇଞ୍ଜିନ୍, ଇଜରାଏଲ ର ରଡାର ଏବଂ ୱିପନ ସିଷ୍ଟମ ଏବଂ ବ୍ରିଟେନର ଇଜେକ୍ସନ ସିଟ୍ ଲାଗିଛି ।
ଏହି ଯୁଦ୍ଧ ବିମାନର ଓଜନ ୧୨ ଟନ୍ ଏବଂ ଲମ୍ବା ୧୩.୨ ମିଟର । ଏହାର ପଙ୍ଖା ୮.୨ ମିଟରକୁ ବିସ୍ତୃତ ହୋଇଥିବା ବେଳେ ଏହାର ଉଚ୍ଚତା ୪.୪ ମିଟର ଏବଂ ଘଣ୍ଟା ପ୍ରତି ସ୍ପିଡ୍ ୧୩୫୦ କି.ମି ରହିଛି ।