ନୂଆଦିଲ୍ଲୀ ( ଏଟିଆର ବ୍ୟୁୂରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପାଇଁ ତାରିଖ ନିଦ୍ଧାର୍ଯ୍ୟ ହୋଇପାରେ । କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ରାମ ମନ୍ଦିର ନିର୍ମାଣ ପାଇଁ କରାଯାଇଥିବା ଟ୍ରଷ୍ଟର ଆଜି ପ୍ରଥମ ବୈଠକ ଅନୁଷ୍ଠିତ ହେବ । ରାଜଧାନୀ ଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ଏହି ବୈଠକରେ ରାମ ମନ୍ଦିର ର୍ନମାଣ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ଏହି ବୈଠକରେ ମହନ୍ତ ଦିନେନ୍ଦ୍ର ଦାସ, ରାଜା ବିମେଳେନ୍ଦ୍ର ମୋହନ ମିଶ୍ର, ଡା ଅନିଲ ମିଶ୍ର ଏହି ବୈଠକରେ ଉପସ୍ଥିତ ରହିବେ ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବେ ରହିଛି ମନ୍ଦିର ନିର୍ମାଣ ପାଇଁ ସାଧାରଣ ଲୋକଙ୍କ ଠାରୁ ଅର୍ଥ ରାଶି ନିଆଯିବ କି ନାହିଁ ତାହା ମଧ୍ୟ ଏହି ଟ୍ରଷ୍ଟ ବୋର୍ଡ ସ୍ଥିର କରିପାରେ । ତେବେ ଏହାକୁ ନେଇ କିଛି ଲୋକଙ୍କ ମତ ରହିଛି ସାଧାରଣ ଲୋକଙ୍କ ଠାରୁ ଅର୍ଥ ନିଆନଗଲେ କୌଣସି ବିଶୃଙ୍ଖଳା ହେବ ନାହିଁ । ସେହିଭଳି ମନ୍ଦିର ନିର୍ମାଣ ନେଇ ହୋଇଥିବା ମଡେଲରେ ମଧ୍ୟ ପରିବର୍ତ୍ତନ କରାଯିବ କି ନାହିଁ ତାହା ମଧ୍ୟ ସ୍ଥିର କରାଯିବ । ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ କେନ୍ଦ୍ର ସରକାର ଟ୍ରଷ୍ଟ ତିଆରି କରିଛନ୍ତି । ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ଦ୍ୱାରା ରାମ ମନ୍ଦିର ନିର୍ମାଣ ହେବ ।