ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କର ମୌଦ୍ରିକ ନୀତି ଘୋଷଣା ହେବା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଖବରମୁତାବକ, ବର୍ତ୍ତମାନ କୌଣସି ନୂତନ ବ୍ୟାଙ୍କର ଲାଇସେନ୍ସ ଜାରି ନକରାଯିବା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ସେପଟେ ବ୍ୟାଙ୍କର ସମସ୍ତ ଉଚ୍ଚ ଅଧିକାରୀଙ୍କ ମିଳିତ ବୈଠକରେ ରିଜର୍ଭ ବ୍ୟାଙ୍କର ବୋର୍ଡ ଅଫ୍ ଫାଇନାନସିଆଲ ସୁପରଭିଜନ ରେ ଏହି ନିଷ୍ପତି ନିଆଯାଇଛି ।
ବ୍ୟାଙ୍କର ଟପ୍ ମ୍ୟାନେଜମେଣ୍ଟର ସିଦ୍ଧାନ୍ତ ଅନୁଯାୟୀ ନୂତନ ଲାଇସେନ୍ସ ଜାରିନକରିବା ପାଇଁ ନିଷ୍ପତି ନିଆଯାଇଛି । ଆଗାମୀ ୨-୩ ବର୍ଷ ପର୍ଯ୍ୟନ୍ତ ନୂତନ ବ୍ୟାଙ୍କଗୁଡିକୁ ଲାଇସେନ୍ସ ଜାରିନକରାଯିବ ବୋଲି ଆଶା ରହିଛି । ବ୍ୟାଙ୍କର ବର୍ତ୍ତମାନ ସ୍ଥିତି ଦେଖି ଫାଇନାନସିଆଲ ସୁପରଭିଜନ ବୋର୍ଡ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ପ୍ରଥମେ ନୂତନ ଲାଇସେନ୍ସ ପ୍ରାପ୍ତ ବ୍ୟାଙ୍କର ସ୍ଥିତି ଦେଖିବା ପରେ ଆରବିଆଇ ଏଭଳି ନିଷ୍ପତି ନେବା ପାଇଁ ବାଧ୍ୟ ହୋଇଛି ।
ସୂଚନା ଯୋଗ୍ୟ, ଯେତେବେଳେ ରଘୁରାମ ରାଜନ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ ସେତେବେଳେ ସେ ଅନ୍ ଟ୍ୟାପ୍ ନିୟମ ଲାଗୁ କରିଥିଲେ । ସେହି ଅନୁଯାୟୀ ଯେକୌଣସି ସମୟରେ ବ୍ୟାଙ୍କ ଗୁଡିକ ଲାଇସେନ୍ସ ଜାରି କରିବା ନୀତି ଆପଣାଉଥିଲେ ।