ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପେମେଣ୍ଟ ସିଷ୍ଟମ ଅପରେଟର୍ସଙ୍କୁ ନୂତନ ସ୍ୱ-ଅଧିକାର ବିଶିଷ୍ଟ କ୍ୟୁଆର କୋଡ ଜାରି କରିବାକୁ ବାରଣ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଡିଜିଟାଲ ପେମେଣ୍ଟ ଇଂଫ୍ରାଷ୍ଟ୍ରକଚରରେ ସୁଧାର ଆଣିବା ପାଇଁ ଏଭଳି ନିଷ୍ପତି ନେଇଛି ଆରବିଆଇ ।
ଆରବିଆଇର କହିବାନୁଯାୟୀ, ଏବେ ସମସ୍ତଙ୍କ ନିକଟରେ ସ୍ମାର୍ଟଫୋନ ଉପଲବ୍ଧ ଏବଂ ଇ-ପେମେଣ୍ଟର ଆଧାର ଏବେ କ୍ୟୁଆର ହୋଇ ଯାଉଛି ।
ଭାରତରେ ଏବେ ତିନୋଟି କ୍ୟୁଆର କୋର୍ଡ ପ୍ରଚଳିତ ହେଉଛି । ତାହା ହେଊଛି ଭାରତ କ୍ୟୁଆର, ୟୁପିଆଇ କ୍ୟୁଆର, ଏବଂ ସ୍ୱ-ଅଧିକାର କ୍ୟୁଆର । ବର୍ତ୍ତମାନ ସମୟରେ ଭାରତ କ୍ୟୁଆର ଏବଂ ୟୁପିଆଇ କ୍ୟୁଆର ଇଂଟର-ଅପରେବଲ (ଦୁହେଁ ଦୁହିଁଙ୍କୁ ପରିଚାଳନ ଯୋଗ୍ୟ)ଅଟେ ।
ଆରବିଆଇର ଏହି ନିଷ୍ପତିରେ ଏବେ ଟ୍ରାଂସିଟ ସିଷ୍ଟମରେ ସମସ୍ୟା ଉପୁଜିପାରେ । ଟ୍ରାଂସିଟ ସିଷ୍ଟମର ନିଜର କ୍ଲୋଜ୍ଡ-ଲୁପ ପେମେଣ୍ଟ କାର୍ଡ ସିଷ୍ଟମ ହୋଇଥାଏ, ଏବେ ତାକୁ କାର୍ଡରୁ କ୍ୟୁଆର କାର୍ଡ ପେମେଣ୍ଟ ରେ ସିଫ୍ଟ ହେବାକୁ ହେବ ।
ଆହୁରି ଅଧିକ ଇଂଟର-ଅପରେବଲ କ୍ୟୁାଆର କୋର୍ଡ ଲଞ୍ଚ କରିବା ଉପରେ ବିଚାର କରିବା ପାଇଁ ଏକ ସମିତି ଗଠନ କରିଥିଲା ଆରବିଆଇ । ସମିତିର ବୈଠକ ପରେ ଆରବିଆଇ ନିଷ୍ପତି ନେଇଛି କି ଏବେ ୟୁପିଆଇ କ୍ୟୁଆର ଏବଂ ଭାରତ କ୍ୟୁଆର ଚାଲିବ । ଯେଉଁ ପେମେଣ୍ଟ କମ୍ପାନୀ ନୂତନ କ୍ୟୁଆର ଲଞ୍ଚ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଏଥିରୁ ଗୋଟେ ବା ଦୁଇଟି ଯାକ ଉପରେ ପରିଚାଳନା ଯୋଗ୍ୟ ପ୍ରସ୍ତୁତ ହେବା ପାଇଁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ସମୟ ଦିଆଯାଉଛି ।
ସେଥିପାଇଁ ସମସ୍ତ ପେମେଣ୍ଟ ଅପରେଟର୍ସଙ୍କୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଇଂଟରଅପରେବଲ କ୍ୱିକ ରେସପନ୍ସ କୋର୍ଡ କୁ ଆପଣାଇବାକୁ ପଡିବ ।