ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁସୀ ଖବର । ଏଣିକି ଡିଜିଟାଲ ପେମେଣ୍ଟ ପାଇଁ ସ୍ମାର୍ଟଫୋନ ଏବଂ ଇଂଟରନେଟର ଆବଶ୍ୟକ ପଡିବ ନାହିଁ । ୪୦ କୋଟି ଫିଚର ଫୋନ ଗ୍ରାହକ ମଧ୍ୟ ଡିଜିଟାଲ ପେମେଣ୍ଟ କରିପାରିବେ । ଆଜ୍ଞା ହଁ ଫିଚର ଫୋନ ପାଇଁ ୟୁପିଆଇ ଆଧାରିତ ପେମେଣ୍ଟଓ ପଡକ୍ଟ ଲଞ୍ଚ କରିଛି ଆରବିଆଇ । ଏହାଦ୍ୱାରା ଫିଚର ଫୋନ ଗ୍ରାହକ ସହଜରେ ଡିଜିଟାଲ ପେମେଣ୍ଟ କରିପାରିବେ ।
ଦେଶରେ ୪୦ କୋଟି ଲୋକ ଫିଚର ଫୋନ ବ୍ୟବହାର କରୁଥିବା ବେଳେ ୭୪ କୋଟି ଲୋକ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି । ୟୁପିଆଇ ପେମେଣ୍ଟରୁ ଏପର୍ଯ୍ୟନ୍ତ ବଞ୍ଚିତ ଥିଲେ ଫିଚର ଫୋନ ୟୁଜର୍ସ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର । ଏମାନଙ୍କ କେବଳ କଲିଂ ଏବଂ ମେସେଜ ପାଇଁ ଫିଚର ଫୋନ ବ୍ୟବହାର କରିଥାନ୍ତି । ଏହି ଫିଚର ଫୋନରେ ଇଂଟରନେଟର ସୁବିଧା ନଥାଏ । ଏଭଳି ଲୋକଙ୍କୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଫିଚର ଫୋନ ପାଇଁ ୟୁପିଆଇ ଆଧାରିତ ସିଷ୍ଟମ ଲଞ୍ଚ କରିଛି । ୟୁପିଆଇ୧୨୩ପେ ସୁବିଧା ଜରିଆରେ ଫିଚର ଫୋନ ୟୁଜର୍ସ ସ୍ମାର୍ଟଫୋନ ୟୁଜର୍ସଙ୍କ ଭଳି ଡିଜିଟାଲ ପେମେଣ୍ଟ କରିପାରିବେ । ଏହି ସୁବିଧା ଜରିଆରେ ୟୁଜର୍ସ ଛୋଟ ରାଶି ମଧ୍ୟ ସହଜରେ ପେମେଣ୍ଟ କରିପାରିବେ ।