ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଏବେ ଡିଜିଟାଲ ଲେଣଦେଣ ପ୍ରକ୍ରିୟା ଦ୍ରୁତ ଗତିରେ ବଢିଚାଲିଛି । କରୋନା କାଳ ମଧ୍ୟରେ ଅଧିକାଂଶ ଲୋକେ ଅନଲାଇନ ସୁବିଧାର ଫାଇଦା ଉଠାଉଛନ୍ତି । ଯଦି ଆଜି ଆପଣଙ୍କର କୌଣସି ଜରୁରୀ ଲେଣଦେଣ କରିବାର ଅଛି ତେବେ ତୁରନ୍ତ କରି ନିଅନ୍ତୁ । କାରଣ ଆଜି ରାତି ୧୨ ଟାରୁ ଆସନ୍ତାକାଲି ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ରିଅଲ ଟାଇମ ଗ୍ରସ ସେଟେଲମେଣ୍ଟ ସୁବିଧା ବନ୍ଦ ରହିବ । ଆଗାମୀ ୧୪ ଘଣ୍ଟା ପର୍ଯ୍ୟନ୍ତ ଆରଟିଜିଏସ ସୁବିଧାର ଲାଭ ଉଠାଇପାରିବେ ନାହିଁ ଗ୍ରାହକ ।
ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି କି, ଏପ୍ରିଲ ୧୭ରେ କାମ ଶେଷ ହେବା ପରେ ଆରଟିଜିଏସ ପ୍ରଣାଳୀର କ୍ଷମତାକୁ ଆହୁରୀ ଉନ୍ନ କରିବା ତଥା ଡିଜାଷ୍ଟର ରିକୋଭରି ସମୟକୁ ବିକାଶ କରିବା ପାଇଁ ଆରଟିଜିଏସକୁ ଟେକ୍ନିକାଲ ରୂପେ ଉନ୍ନତ କରାଯିବ ।
ଆରଟିଜିଏସ କଣ?
ଆରଟିଜିଏସର ଅର୍ଥ ରିଅଲ ଟାଇମ ଗ୍ରସ ସେଟେଲମେଣ୍ଟ ସିଷ୍ଟମ । ରିଅଲ ଟାଇମର ଅର୍ଥ ତୁରନ୍ତ । ଅର୍ଥାତ ଆପଣ ଟଙ୍କା ଟ୍ରାନ୍ସଫର କରିବାର କିଛି ସମୟ ମଧ୍ୟରେ ଆକାଉଣ୍ଟରେ ଟଙ୍କା ପହଁଚିଯିବ । ଏହା ଜରିଆରେ ଦୁଇ ଲକ୍ଷ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ଉପଲବ୍ଧ ।