ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ତିନି ଦିନିଆ ଏମପିସି ବୈଠକ ପରେ ରେପୋ ରେଟ୍ ବୃଦ୍ଧି କରିବାର ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର । ରେପୋ ରେଟ୍ ରେ ୦.୩୫ ପ୍ରତିଶତ ବୃଦ୍ଧିର ଘୋଷଣା ହୋଇଛି । ଏବେ ରେପୋ ରେଟ୍ ୫.୪ ପ୍ରତିଶତରୁ ବୃଦ୍ଧି ହୋଇ ୬.୨୫ ପ୍ରତିଶତ ହୋଇଯାଇଛି । ଏହାପୂର୍ବରୁ ଅଗଷ୍ଟ ଓ ଅକ୍ଟୋବରରେ ମଧ୍ୟ ରେପୋ ରେଟ୍ ରେ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରାଯାଇଥିଲା ।
ରେପୋ ରେଟ୍ ବୃଦ୍ଧିର ଘୋଷଣା କରି ଆରବିଆଇ ଗଭର୍ଣ୍ଣର କହିଛନ୍ତି କି, ଆସନ୍ତା ୪ ମାସ ଭିତରେ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ ଅଧିକ ରହିବ । ରେପୋ ରେଟ୍ ବୃଦ୍ଧି ନିଷ୍ପତିକୁ ଏମଏସପିର ୬ ଜଣ ସଦସ୍ୟଙ୍କ ମଧ୍ୟ ୫ ଜଣ ସମର୍ଥନ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ୨୦୨୩ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୮ ପ୍ରତିଶତ ହୋଇପାରେ ।