ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମିଳିଲା ଆଶ୍ୱସ୍ତି । ମହଙ୍ଗା ହେବନି ଋଣ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରବିଆଇ ଜାରି କଲା ନୀତି ସମୀକ୍ଷା ରିପୋର୍ଟ । ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ୬.୫ ପ୍ରତିଶତ ସହିତ ରେପୋ ରେଟ୍ କୁ ସ୍ଥିର ରଖାଯାଇଛି ।
ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି କି,ଆମେରିକାରେ ବ୍ୟାଙ୍କ ବିଫଳ ହେବା ପରେ ଆର୍ଥି ସଙ୍କଟ ଦେଖାଦେବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।