ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନ ମାର୍କେଟରେ ଜୋରସୋରରେ ଚାଲିଛି ଅନଲାଇନ ସେଲିଙ୍ଗ । ଜାହାଦ୍ୱାରା ଲାଭ ଉଠାଉଛି କମ୍ପାନୀ । ଅଧିକାଂଶ ସ୍ମାର୍ଟଫୋନ କଂପାନି ଶସ୍ତା ଫୋନ ଆଣିବା ଦିଗରେ ପ୍ରୟାସ ଚଳାଇଛନ୍ତି କିନ୍ତୁ ଆପଲ୍ ନିଜର ପ୍ରିମିୟମ ସ୍ମାର୍ଟଫୋନ ପାଇଁ ବଜାର ରେ ନିଜର ଆଇଫୋନ ସେଟକୁ ଅଧିକ ମାତ୍ରାରେ ବିକ୍ରି କରିଛି । ଆନାଲିଷ୍ଟ ଫାର୍ମ ଓମଡିଆ ରିପୋର୍ଟରୁ ଜଣା ପଡିଛି ଯେ ଆପଲର ଆଇ ଫୋନ୍ ୧୧ ଦୁନିଆର ସବୁଠୁ ଅଧିକ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍ ହୋଇଛି। ରିପୋର୍ଟ ଅନୁସାରେ ୨୦୨୦ର ପ୍ରଥମ ଛଅ ମାସରେ ଆଇଫୋନ୍ ୧୧ ପ୍ରାୟ ୩.୭୭ କୋଟି ୟୁନିଟ୍ ବିକ୍ରି ହୋଇଛି। ସେଥିପାଇଁ ଏହା ଫୋନ ବିକ୍ରୟ ମଧ୍ୟରୁ ବଜାରରେ ଏକ ନମ୍ବରରେ ରହିଛି। ଅନ୍ୟପକ୍ଷେ ଗତବର୍ଷ ମଧ୍ୟ ପ୍ରଥମ ଛଅ ମାସରେ ଆପଲର ଆଇଫୋନ୍ ଏକ୍ସଆର୍ ସବୁଠୁ ଅଧିକ ବିକ୍ରି ହୋଇଥିବା ଫୋନ୍ ତାଲିକାରେ ସାମିଲ ଥିଲା। ପ୍ରଥମ ୬ମାସ ଫୋନ୍ ବିକ୍ରୟ ମାମଲାର ଦ୍ୱିତୀୟ ସ୍ଥାନରେ ସାମସଙ୍ଗ ଏ୫୧ ସ୍ମାର୍ଟଫୋନ୍ ରହିଛି। ଏହାର ସମୁଦାୟ ୧.୧୪ କୋଟି ୟୁନିଟ୍ ବିକ୍ରି ହୋଇଛି। ଗତବର୍ଷ ଟପ୍ ୧୦ରେ ଚାରିଟି ସ୍ମାର୍ଟଫୋନ୍ ଦକ୍ଷିଣ କୋରିଆର ସାମସଙ୍ଗ କଂପାନି ଥିଲା । ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛି ଶାଓମିର ରେଡମି ନୋଟ୍ ୮ ଏବଂ ୮ ପ୍ରୋ ସ୍ମାର୍ଟଫୋନ୍ । ସେହିପରି ପଞ୍ଚମ ସ୍ଥାନରେ ଆପଲ (ଆଇଫୋନ୍ ଏସଇ) ରହିଛି ।
ଆଇଫୋନ ୧୧ର ଫିଚର ଦେଖିବାକୁ ଅଧିକ ଆକର୍ଷିତ । ଆଇଫୋନ୍ ୧୧ରେ ୬.୧୦ ଇଞ୍ଚର ଏଚଡି ଡିସପ୍ଲେ ରହିଛି। ଏଥିରେ କମ୍ପାନିର ଏ୧୩ ବାୟୋନିକ ଚିପସେଟ୍ ବ୍ୟବହାର କରାଯାଇଛି। ଏହାର ବ୍ୟାକମୋଡରେ ଡୁଆଲ କ୍ୟାମେରା ଯୁକ୍ତ ସେଟଅପ୍ ରହିଛି । ଫୋନର ବ୍ୟାକରେ ୧୨-୧୨ ମେଗାପିକ୍ସେଲର ଦୁଇଟି ସେନସର ମଧ୍ୟ ମିଳିବ । ସେଲଫି ପାଇଁ ଏଥିରେ ୧୨ ମେଗାପିକସେଲର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ଫୋନରେ ଅନେକ ଭଲ ଫିଚର ମଧ୍ୟ ରହିଛି ଯାହା ଗ୍ରାହକ ମାନଙ୍କୁ ଏହି ଫୋନ ବ୍ୟବହାର କରିବାରେ ଭଲ ସୁବିଧା ମଧ୍ୟ ଦେବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024