ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାମୁଦ୍ରିକ ଶକ୍ତି ବୃଦ୍ଧି ଉଦ୍ଦ୍ୟେଶରେ ନୌସେନା ପାଇଁ ଛଅଟି ଆଡଭାନ୍ସ ସବମରିନ୍ ନିର୍ମାଣ ନିମନ୍ତେ ଭାରତ ଖୁବ୍ ଶୀଘ୍ର ରିକ୍ୟୁଷ୍ଟ ଅଫ୍ ପ୍ରପୋଜାଲ ଜାରି କରିବ । ଭାରତୀୟ ନୌସେନା ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ମଧ୍ୟ ଅନୁମୋଦନ ଦେଇଥିଲା ।
ଏହାସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୫୦ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପକୁ ସ୍ୱଦେଶୀ କମ୍ପାନୀ ମଝାଗନ୍ ଡକ୍ ଲିିମିଟେଡ ଏବଂ ଏଲ୍ ଆଣ୍ଡ୍ ଟିକୁ ଦାୟିତ୍ୱ ଦିଆଯାଇଛି ।