ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନ ସଭା ନିର୍ବାଚନ ପାଇଁ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ରାଜନୀତି ବଢିବାରେ ଲାଗିଛି ।
ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦଙ୍କ ଆରଜେଡି ଦଳ ଦିଲ୍ଲୀର ବିଧାନସଭା ପାଇଁ ୪ଟି ପାର୍ଥୀ ଦେବାକୁ ଯାଉଛି । ସୁଚନା ଅନୁସାରେ ଆଗାମୀ ନିର୍ବାଚନ ରେ ଆରଜେଡି କଂଗ୍ରେସ ସହ ମିଶି ନିର୍ବାଚନ ଲଢିବାକୁ ଯାଉଛି ।
ତେବେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଏଥର କଂଗ୍ରେସ ୬୬ଟି ଆସନରେ ଲଢିବାକୁ ଯାଉଛି ଏବଂ ବାକି ୪ଟି ଆସନରେ ଆରଜେଡି ଲଢିବ ।
ଆରଜେଡି ଦିଲ୍ଲୀର ବୁରାରୀ, କିରାରୀ, ଉତ୍ତମ ନଗର, ଓ ପାଲାମାରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି । ତେବେ ଏହି ୪ଟି ଆସନ ପାଇଁ ଆରଜେଡି ପାର୍ଥୀ ଘୋଷଣା କରିସାରିଛି ସେପଟେ କଂଗ୍ରେସ ମଧ୍ୟ ୫୪ଟି ଆସନ ପାଇଁ ଏପର୍ଯ୍ୟନ୍ତ ପାର୍ଥୀ ଘୋଷଣା କରିସାରିଲାଣି ।