ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଣ୍ଡନ ଯିବା ପାଇଁ କୋର୍ଟକୁ ଅନୁମତି ମାଗିଲେ ମନି ଲ୍ୟାଣ୍ଡ୍ରିକ କେସ୍ ରେ ଥିବା ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପତି ରୋବର୍ଟ ଭଦ୍ରା । ତାଙ୍କ ପେଟରେ ଟ୍ୟୁମରେ ହେଇଥିବା ଲାଗି ଚିକିତ୍ସା କରିବା ପାଇଁ ଲଣ୍ଡନ ଯିବା ଆବଶ୍ୟକ ବୋଲି ସେ କୋର୍ଟରେ କହିଛନ୍ତି ।
ଖବରମୁତାବକ, ଏହାପୂର୍ବରୁ ବିଦେଶ ଯିବା ପାଇଁ ଭଦ୍ରା ଇଡିକୁ ଅପିଲ କରିଥିଲେ । ଏହାପରେ ବୁଧବାର ପୁଣିଥରେ ସେ କୋର୍ଟରେ ଅପିଲ କରିଛନ୍ତି କି , ତାଙ୍କ ପାସପୋର୍ଟ ଫେରାଇ ଦିଆଯାଉ, ଯାହାଫଳରେ ସେ ଚିକିତ୍ସା ପାଇଁ ଲଣ୍ଡନ ଯାଇପାରିବେ ।
ହୁଏତ ଏହି ମାମଲାରେ ଦିଲ୍ଲୀ କୋର୍ଟ ନିଜର ନଷ୍ପତି ସୁରକ୍ଷିତ ରଖିନେଇଛି ଏବଂ ଏହାର ଆଗାମୀ ଶୁଣାଣି ଜୁନ୍ ୩ ରେ ହେବ । ଏହି ଶୁଣାଣି ଦ୍ୱାରା ରୋବର୍ଟ ଭଦ୍ରାଙ୍କ ବିଦେଶ ଯିବା ପିଟିସନ୍ ଉପରେ ଶୁଣାଣି ହୋଇପାରେ । କୋର୍ଟର ଶୁଣାଣିରେ ଭଦ୍ରା ନିଜର ମେଡିକାଲ ରିପୋର୍ଟ ବି ଦାଖଲ କରିଛନ୍ତି । କିନ୍ତୁ ମେଡିକାଲ ରିପୋର୍ଟ ଟି ଦିଲ୍ଲୀର ଗଙ୍ଗରାମ ହସ୍ପିଟାଲର ଯେଉଁଥିରୁ ଜାଣିବାକୁ ମିଳିଛି ଯେ ତାଙ୍କ ପେଟରେ ଟ୍ୟୁମର ହୋଇଛି ।