ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବା ପାଇଁ ଲାଗୁ ହୋଇଥିବା ଲକ୍ ଡାଉନ୍ ଟ୍ରେନ୍ ଚଳାଚଳ ବି ବନ୍ଦ ଥିଲା । ପ୍ରବାସୀ ଶ୍ରମିକଙ୍କୁ ଘରେ ପହଁଚାଇବା ପାଇଁ ପୁର୍ନବାର ଆରମ୍ଭ ହୋଇଥିଲା ଟ୍ରେନ୍ ଚଳାଚଳ । ଏହାପରେ ଧୀଣେ ଧୀରେ କିଛି ଟ୍ରେନ୍ ଚାଲିବା ଆରମ୍ଭ ହୋଇଥିଲା । ଏବେ ରେଲୱେ ତାର ତୃତୀୟ ପର୍ଯ୍ୟାୟରେ ଇଂଟରସିଟି ଟ୍ରେନ୍ ଚଳାଚଳ କରିବା ପାଇଁ ପ୍ରସ୍ତୁତି କରି ସାରିଲାଣି । ରେଲୱେ ଅଧିକାରୀଙ୍କ ମୁତାବକ, ଇଂଟରସିଟି ରେ ଏବେ ଜେନେରାଲ ଟିକେଟ ରେ ଯାତ୍ରା କରି ପାରିବେ ନାହିଁ ଯାତ୍ରୀ । ଏହି ଟ୍ରେନ୍ ରେ ଯାତ୍ରା ପାଇଁ ରିର୍ଜଭେସନ ବାଧ୍ୟତାମୂଳକ । ଟ୍ରେନ୍ ଗୁଡିକୁ ସାନଟାଇଜ୍ କରି ଦିଆଯାଇଛି ।
ସୂଚନାଯୋଗ୍ୟ, ରେଲୱେ ପକ୍ଷରୁ କାନପୁର ଶତାଦ୍ଦି ସହିତ ଅନ୍ୟ ଟ୍ରେନ୍ ଗୁଡିକ ଜୁନ୍ ୨୦ ରୁ ଗଡିବା ଆରମ୍ଭ କରାଯାଇଛି । ଏବେ ତୃତୀୟ ପର୍ଯ୍ୟାୟରେ ଆଉ କିଛି ଟ୍ରେନ ଚଳାଚଳ ଆରମ୍ଭ ହେବାକୁ ଯାଉଛି ।