ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏକ ନୂତନ ସୁରକ୍ଷା ସିଷ୍ଟମକୁ ଟେଷ୍ଟିଂ କରିଛି ଭାରତୀୟ ରେଲୱେ । ଯାହାର ନାଁ ରହିଛି ‘କବଚ’ । ଏହା ଏଭଳି ଏକ ସିଷ୍ଟମ । ଏହା ଜରିଆରେ ରେଳ ଦୁର୍ଘଟଣାରୁ ରକ୍ଷା ପାଇ ପାରିବ । ଏହା ଏଭଳି ଭାବେ ନିର୍ମାଣ କରାଯାଇଛି କି ଯଦି ଏକ ଲୋକୋ ଇଞ୍ଜିନ୍ ସମ୍ମୁଖରେ ଆଉ ଏକ ଲୋକୋ ଇଞ୍ଜିନ ଆସିଯାଉଛି ତେବେ ୩୮୦ ମିଟର ଦୂରରୁ ଇଞ୍ଜିନକୁ ତୁରନ୍ତ ରୋକି ଦେବ କବଚ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୁରକ୍ଷା ସିଷ୍ଟମକୁ ଟେଷ୍ଟିଂ ପାଇଁ ନିଜେ ଟ୍ରେନରେ ଯାତ୍ରା କରିଛନ୍ତି । ଟେଷ୍ଟିଂ ପାଇଁ ସାମ୍ନା ଆଡୁ ଅନ୍ୟ ଏକ ଇଞ୍ଜିନ୍ ଆସିଲା ଏହାକୁ ରୋକିଲା କବଚ । ଯାହାର କିଛି ଭିଡିଓ ଟ୍ୱିଟରରେ ପୋଷ୍ଟ କରିଛନ୍ତି ରେଳମନ୍ତ୍ରୀ ।
ସ୍ପାଡ ଟେଷ୍ଟରେ ଦେଖିବାକୁ ମିଳିଛି କି, ଆଗରେ ରେଡ ସିଗନାଲ ହେବା ପରେ ଇଂଜିନକୁ ଆଗକୁ ବଢିବାକୁ ଦେଉନାହିଁ କବଚ । ରିୟର-ଆଣ୍ଡ ଟକ୍କର ଟେଷ୍ଟ ମଧ୍ୟ ସଫଳ ରହିଛି ।ସମ୍ମୁଖରୁ ଅନ୍ୟ ଟ୍ରେନ ଆସିବାର ୩୮୦ ମିଟର ପୂର୍ବରୁ ଇଞ୍ଜିନକୁ ରୋକି ଦେଇଛି କବଚ ।
ବାସ୍ତବରେ କବଚ ଏକ ପ୍ରକାରର କୋଲିଜନ ଡିଭାଇସ ନେଟୱର୍କ । ଯାହାକୁ ଟ୍ରେନ ଦୁର୍ଘଟଣାକୁ ରୋକିବା ପାଇଁ ଡିଜାଇନ୍ କରାଯାଇଛି । ଦୁର୍ଘଟଣା ଆଶଙ୍କା ହେବା ଦ୍ୱାରା ଏହି ସିଷ୍ଟମ ଆପେ ଆପେ ଟ୍ରେନ୍ ରେ ବ୍ରେକ ଲଗାଇଦେବ । ଟ୍ରେନଟି ଓଭର ସ୍ପିଡ ଥିଲେ ମଧ୍ୟ ବ୍ରେକ ଲାଗି ପାରିବ । ଆଗକୁ କୌଣସି ଗେଟ୍ ଥିଲେ ମଧ୍ୟ ଏହି ସିଷ୍ଟମ ହର୍ଣ୍ଣ ବଜାଇବ । ଶୂନ ଦୁର୍ଘଟଣା ଲକ୍ଷ୍ୟକୁ ହାସଲ କରିବା ପାଇଁ ରେଲୱେ ସହାୟତା ପାଇଁ ସ୍ୱଦେଶୀ ରୂପେ ବିକଶିତ ସ୍ୱଚାଳିତ ଟ୍ରେନ ସୁରକ୍ଷା ପ୍ରଣାଳୀ ନିର୍ମାଣ କରାଯାଇଛି ।