ଏଟିଆର ବ୍ୟୁରୋ: କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ ଆଜି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାମିଲନାଡୁ ରାଜ୍ୟପାଳ ସୁନ୍ଦରରାଜନ ତାଙ୍କ ଶପଥ ପାଠ କରାଇଛନ୍ତି । ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ର୍ରିୟଙ୍କା ଗାନ୍ଧି ଭଦ୍ରା ସାମିଲ ଥିଲେ । ଏହାସହିତ ଏକଲକ୍ଷରୁ ଅଧିକ ଲୋକ ଏହି ଉତ୍ସବରେ ସାମିଲ ହୋଇଥିଲେ ।
ସେହିପରି ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଭଟ୍ଟୀ ବିକ୍ରମାର୍କ ଶପଥ ଗ୍ରହଣ କରିଛନ୍ତି ।