ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ସଦନରେ ଝଲସୀଲା ସମ୍ବଲପୁରୀ ମାସ୍କ । ବରଗଡ ସାଂସଦ ସୁରେଶ ପୂଜାରୀ ଲୋକସଭାର ସଦନରେ ସାଂସଦମାନଙ୍କୁ ସମ୍ବଲପୁରୀ ମାସ୍କ ବାଣ୍ଟି ଥିଲେ ।
ତେବେ ଏହି ମାସ୍କକୁ ସାଂସଦମାନେ ପିନ୍ଧିଥିବା ଦେଖିବାକୁ ମିଳିଛି । ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ସାଂସଦ ପୂଜାରୀ ଟ୍ୱିଟ କରି ଲେଖିଛନ୍ତି, ଭାରତବର୍ଷର ଲୋକସଭା ସଦନରେ ସାଂସମାନଙ୍କୁ ବରଗଡର ବୟନିକା ଡାଇରେକ୍ଟର ଶ୍ରୀ ସଞ୍ଜୟ ମେହେରଙ୍କ ର୍ନିମିତ ସମ୍ବଲପୁରୀ ମାସ୍କ ଉପହାର କରିଥିଲି । ଆମ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ମଶ୍ରେଷ୍ଠ ପଞ୍ଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବାରେ ଏହା ତାଙ୍କର ଛୋଟ ପ୍ରୟାସ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି । ଗତକାଲି ସେ ୫୦୦ ଟି ମାସ୍କ ବାଣ୍ଟି ଥିବା ବେଳେ ଆଜି ମଧ୍ୟ କିଛି ମାସ୍କ ବାଣ୍ଟି ବେ ।
ଭାରତ ବର୍ଷର ଲୋକସଭା ସଦନରେ ସାଂସଦ ମନଙ୍କୁ ବରଗଡ଼ ର ବୟନିକା ଡ଼ାଇରେକ୍ଟର ଶ୍ରୀ ସଞ୍ଜୟ ମେହେରଙ୍କ ନିର୍ମିତ ସମ୍ବଲପୁରୀ ମାସ୍କ ଉପହାର କରିଥିଲି…
ଆମ ଅଞ୍ଚଳର ପାରମ୍ପାରିକ ହସ୍ତତନ୍ତ ସାମଗ୍ରୀକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ପଂଚାୟତରେ ପ୍ରଚାର କରି ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏକ ଛୋଟ ପ୍ରୟାସ ……#Vocal4Sambalpuri. pic.twitter.com/DCByCyMUuL— Suresh Pujari (@sureshkpujari) September 14, 2020
କେବଳ ସାଂସଦ ନୁହେଁ ଗଣମାଧ୍ୟମ ଅଧିକାରୀ, ସାଂସଦ ଭବନ ର ଷ୍ଟାଫ ମାନଙ୍କୁ ମଧ୍ୟ ଏହି ମାସ୍କ ପ୍ରଦାନ କରିଛନ୍ତି । ସାଂସଦମାନେ ସମ୍ବଲପୁରୀ ମାସ୍କକୁ ବେଶ୍ ପସନ୍ଦ କରିଛନ୍ତି । ସାଂସଦ ସୁପ୍ରିୟା ସୁଲେ ସମ୍ବଲପୁରୀ ମାସ୍କ ପିନ୍ଧା ଫଟୋ ଟ୍ୱିଟ୍ କରିବା ସହିତ ଏଥିପାଇଁ ସାଂସଦ ଶ୍ରୀ ପୂଜାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।