ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ପ୍ରମୁଖ ଉଦ୍ୟୋଗ ମଣ୍ଡଳ ଏଫଆଇସିସିଆଇ(ଫିକି)ର ଅଧ୍ୟକ୍ଷ ପଦ ସମ୍ଭାଳିଲେ ଆପୋଲ ହସ୍ପିଟାଲ ସମୁହର ସଂଯୁକ୍ତ ପ୍ରବନ୍ଧ ନିର୍ଦ୍ଦେଶକ ସଙ୍ଗୀତା ରେଡ୍ଡୀ । ବର୍ଷ ୨୦୧୯-୨୦ ପାଇଁ ତାଙ୍କୁ ଅଧ୍ୟକ୍ଷ ଭାବେ ବଛାଯାଇଛି । ଏସଆଇଏଲ ର ଉପାଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ସନ୍ଦୀପ ସୋମାନୀଙ୍କ ସ୍ଥାନରେ ଫିକିର ଅଧ୍ୟକ୍ଷ ହୋଇଛନ୍ତି ସଙ୍ଗୀତା ।
ଫିକି ର ବିଜ୍ଞପ୍ତି ଅନୁସାରେ , ୱାଲ୍ଟ ଡିଜନୀ କମ୍ପାନୀ ଏପିଏସି ର ପ୍ରେସିଡେଣ୍ଟ ଏବଂ ଷ୍ଟାର ଆଣ୍ଡ ଡିଜନୀ ଇଣ୍ଡିଆର ଚେୟାରମ୍ୟାନ୍ ଉଦୟ ଶଙ୍କର ଏବେ ଫିକ୍କିର ବରିଷ୍ଠ ଉପାଧ୍ୟକ୍ଷ ହେବ । ସେହିପରି ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ ର ଚେୟାରମ୍ୟାନ୍ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ସଞ୍ଜୀବ ମେହତାଙ୍କୁ ଫିକ୍କିର ନୂତନ ଉପାଧ୍ୟକ୍ଷ ଭାବେ ବଛାଯାଇଛି ।
ବିଜ୍ଞପ୍ତିରେ ରେଡ୍ଡୀ କହିଛନ୍ତି, ଫିକ୍କି ଏବଂ ଦେଶ ପାଇଁ ଆଗାମୀ ବର୍ଷ ବହୁତ ଭଲ ହେବ ବୋଲି ଆଶା କରାଯାଉଛି । ଆମର ୯୨ତମ ବାର୍ଷିକ ବୈଠକରେ ଆମେ ଭାରତ ପାଇଁ ୫୦୦୦ ଆରବ ଡଲାରର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ପାଇବା ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି ।