ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତର ପୂର୍ବତନ ବ୍ୟାଟସମ୍ୟାନ ସଞ୍ଜୟ ମାଞ୍ଜରେକରଙ୍କୁ ବିସିସିଆଇ କମେଣ୍ଟାରୀ ପ୍ୟାନେଲରୁ ହଟାଯାଇଛି । ସଞ୍ଜୟ ଗତ କିଛି ବର୍ଷ ଧରି ନିୟମିତ ଭାବେ ଭାରତର ଘରୋଇ ମ୍ୟାଚରେ କମେଣ୍ଟ୍ରି ବକ୍ସରେ ବିଶେଷଜ୍ଞ ଭାବେ କାମ କରୁଥିଲେ । ତେବେ କେଉଁ କାରଣରୁ ସଞ୍ଜୟଙ୍କୁ ବାହାର କରାଯାଇଛି ତାହା ଜଣା ପଡି ନାହିଁ । ସୂଚନା ଅନୁସାରେ ସଞ୍ଜୟଙ୍କ କାମକୁ ନେଇ ଅଧିକାରୀ ମାନେ ଖୁସି ନଥିଲେ । ତେବେ ଆସନ୍ତା ଏପ୍ରିଲ ୧୫ରେ ହେବାକୁ ଥିବା ଆଇପିଏସ ମ୍ୟାଚରେ ତାଙ୍କୁ ସାମିଲ କରାଯିବ ନାହିଁ ବୋଲି ସୂଚନା ରହିଛି ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆରେ ସଞ୍ଜୟ ଉପସ୍ଥିତ ନଥିଲେ । ଅନ୍ୟ ବିସିସିଆଇ ପ୍ୟାନେଲର କମେଣ୍ଟେଟର ଭାବେ ମୁରଲି କାର୍ତ୍ତିକ, ସୁନୀଲ ଗାଭାସ୍କାର ଓ ଲକ୍ଷ୍ମଣ ଶିବରାମକୃଷ୍ଣନ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ କିଛି ଦିନ ପୂର୍ବରୁ ସଞ୍ଜୟ ରବୀନ୍ଦ୍ର ଜାଡେଜା ଓ ହର୍ଷ ଭୋଗଲେଙ୍କ ଉପରେ କିଛି ଟିପ୍ପଣୀ ଦେଇଥିଲେ । ଯାକାକୁ ନେଇ ରେ ସେ କ୍ଷମା ମାଗିଥିଲେ । ଏହି ଟିପ୍ପଣୀକୁ ନେଇ ବିସିସିଆଇ ସଞ୍ଜୟଙ୍କ ଉପରେ ସନ୍ତୁଷ୍ଟ ନଥିଲା । ଏହି ଟିପ୍ପଣୀକୁ ନେଇ ବିସିସିଆଇ ଏଭଳି ପଦକ୍ଷପ ନେଇ ପାରିଥାଏ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।