ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏସବିଆଇ ଗ୍ରାହକଙ୍କୁ ବଡ ଝଟକା । ଆସନ୍ତାକାଲ ଅର୍ଥାତ ଜୁଲାଇ ୧ ରୁ ନୂତନ ସର୍ଭିସ ଚାର୍ଜ ଲାଗୁ କରିଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ।
ଏହି ନୂତନ ନିୟମ ଅନୁସାରେ ଏଣିକି ଗ୍ରାହକଙ୍କୁ ଏଟିଏମରୁ ଟଙ୍କା ଉଠାଇବା ଏବଂ ଚେକ୍ ଜରିଆରେ ନେଣଦେଣ ପାଇଁ ନୂତନ ସର୍ଭିଜ ଚାର୍ଜ ଦେବାକୁ ହେବ । ଏହା ବେସିକ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ (ବିଏସବିଏଡି) ଖାତାଧାରୀଙ୍କ ପାଇଁ ଲାଗୁ ହେବ ।
ଏସବିଆଇର ୱେବସାଇଟ ଅନୁସାରେ, ଜୁଲାଇ ୧ ରୁ ବେସିକ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ ଖାତା ପାଇଁ ଅତିରିକ୍ତ ମୂଲ୍ୟଯୁକ୍ତ ସେବା କାର୍ଯ୍ୟକାରୀ ହେବ ।