ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ ଆସନ୍ତାକାଲି ଶେଷ ହେବାକୁ ଯାଉଛି । ସେହିପରି ଜୁଲାଇ ମାସ ପାଇଁ ଆଜି ଆସିବ ନୂତନ ଗାଇଡଲାଇନ । ଏନେଇ ଆଜି ଅପରାହ୍ନ ସାଢେ ୨ଟାରେ ପ୍ରେସ ବିବୃତ୍ତି କରିବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ।
ଏବେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହେଉଛି ତଥାପି କିଛି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିବାର ନାଁ ଧରୁନି । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍ ହେବ କି ପୁଣି ଆଂଶିକ ଲକଡାଉନ ଜାରି ରହିବ ତାହା ପ୍ରେସ ବିବୃତିରେ ଘୋଷଣା କରିବେ ମୁଖ୍ୟ ସଚିବ ।