ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜିକାଲି ହେଉଥିବା ଠକାମୀରୁ ସର୍ତ୍ତକ ରହିବା ପାଇଁ ଭାରତର ବଡ ବ୍ୟାଙ୍କ ଏସବିଆଇ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି । ବ୍ୟାଙ୍କ ପକ୍ଷରୁ ଆଲର୍ଟ ଜାରି କରି କୁହାଯାଇଛି କି, ଆପଣ କୌଣସି ସୋସିଆଲ ମିଡିଆରେ ଫେକ୍ ମେସେଜର ର ଚକ୍କରରେ ପଡନ୍ତୁ ନାହିଁ ।
ଏସବିଆଇ ଟ୍ୱିଟ କରି ଗ୍ରାହକଙ୍କୁ ଅନୁରୋଧ କରିଛି କି, ସୋସିଆଲ ମିଡିଆରୁ ସର୍ତ୍ତକ ରୁହନ୍ତୁ ଏବଂ କୌଣସି ବି ଭ୍ରମିତ ଏବଂ ଫେକ୍ ମେସଜ୍ ଚକ୍କରରେ ପଡନ୍ତୁ ନାହିଁ । ଯଦି ଆପଣ ଏହାକୁ ଧ୍ୟାନ ନଦେବେ ତେବେ ଆପଣଙ୍କ ବ୍ୟାଙ୍କ ଖାତା ଖାଲି ହୋଇପାରେ ।
ଏହାସହିତ ଆପଣଙ୍କ କାହାରିକୁ ବି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ତଥା ଏଟିଏମ ପିନ୍, କାର୍ଡ ନମ୍ବର, ଆକାଉଣ୍ଟ ନମ୍ବର ଏବଂ ଓଟିପି ସେୟାର କରନ୍ତୁ ନାହିଁ । ଏହାଦ୍ୱାରା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉଡି ଯାଇପାରେ ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଏସବିଆଇ ନାମରେ ଚାଲୁଥିବା ଫେକ ୱେବସାଇଟକୁ ନେଇ ବ୍ୟାଙ୍କ ଆଲର୍ଟ ଜାରି କରିଥିଲା । ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା କି ଗ୍ରାହକଙ୍କୁ ଏଭଳି ସନ୍ଦେଶ ଉପରେ ଧ୍ୟାନ ଦେବା ଉଚିତ୍ ନୁହେଁ ଯେଉଁମାନେ ତାଙ୍କୁ ୱେବସାଇଟରେ ପାସୱାଡ ଏବଂ ଆକାଉଣ୍ଟ ସହ ଜଡିତ ତଥ୍ୟ ଅପଡେଟ କରିବା କଥା କହୁଛନ୍ତି ।