ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗ୍ରାହକଙ୍କୁ ବଡ ଝଟକା ଦେଇଛି ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) । ଗୃହ ଋଣ ଉପରେ ସୁଧ ଦର ବୃଦ୍ଧି କରିଛି ବ୍ୟାଙ୍କ । ଅର୍ଥାତ ଏବେ ଘର କିଣିବା ଉପରେ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ଇଏମଆଇ ଦେବାକୁ ହେବ । ସେହିଅନୁଯାୟୀ ଏବେ ବ୍ୟାଙ୍କର ନୂତନ ସୁଧ ଦର ୬.୯୫ ପ୍ରତିଶତ ହୋଇଛି । କିନ୍ତୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୬.୭୦ ପ୍ର୍ରତିଶତ ସୁଧ ଦରରେ ଗୃହ ଋଣ ଦେଉଥିଲା ବ୍ୟାଙ୍କ ।
ଏସବିଆଇ ୱେବସାଇଟ ମୁତାବକ, ଏପ୍ରିଲ ପହିଲାରୁ ୬.୯୫ ପ୍ରତିଶତର ସୁଧ ଦର ଲାଗୁ ହୋଇଯାଇଛି । ସୀମିତ ଅବଧି ତୁଳନାରେ ଏହି ନୂତନ ଦର ୦.୨୫ ବେସିକ ପଏଣ୍ଟ ଅଧିକ । ଏସବିଆଇ ପକ୍ଷରୁ ଗୃହ ଋଣର ନ୍ୟୁନତମ ଦର ବୃଦ୍ଧି କରିବା ପରେ ଅନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟ ଏଭଳି ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ସେହିପରି ଗୃହ ଋଣ ଉପରେ ପ୍ରୋସେସିଙ୍ଗ ଶୁଳ୍କ ମଧ୍ୟ ଲାଗୁ କରିଛି ବ୍ୟାଙ୍କ । ଏହା ଋଣ ରାଶିର ୦.୪୦ ପ୍ରତିଶତ ଏବଂ ଜିଏସଟି ରୂପେ ହେବ ।