ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆ ର ସେଭିଙ୍ଗ ଆକାଉ ତୁଳନାରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍) ଉପରେ ବ୍ୟାଙ୍କ ଦୁଇଗୁଣା ସୁଧ ଦେଉଛି । ପିପିଏଫ୍ ରେ ନିବେଶ କରିବା ଦ୍ୱାରା ଟ୍ୟାକ୍ସରୁ ଛୁଟ୍ କାରା ମିଳିଥାଏ । ପୁଞ୍ଜିଲଗାଣ ପରେ ମ୍ୟାଚ୍ୟୁରିଟି ଉପରେ ଟ୍ୟାକ୍ସ ଫ୍ରି ରିଟର୍ଣ୍ଣ ମିଳିଥାଏ ।
ଏସବିଆଇ ର ପିପିଏଫ୍ ଆକାଉଣ୍ଟ ପାଇଁ ପୁଞ୍ଜି ବିନିଯୋଗର ସୀମା ସବୁଠାରୁ କମ ହେଉଛି ୫୦୦ ଟଙ୍କା । ଗୋଟେ ବର୍ଷ ମଧ୍ୟରେ ଅଧିକତମ ଆପଣ ୧,୫୦,୦୦୦ ଟଙ୍କା ଜମା କରି ପାରିବେ । ଏହାକୁ ଆପଣ ୧୨ କିସ୍ତିରେ ବି ଜମା କରି ପାରିବେ । ଏହି ଆକାଉଣ୍ଟ ଆପଣ ଏସବିଆଇ ବ୍ରଞ୍ଚରେ ଖୋଲି ପାରିବେ । ନଚେନତ୍ ଆପଣ ଅନଲାଇନ୍ ବି ଆବେଦନ କରିପାରିବେ ।
ପିପିଏଫ୍ ଆକାଉଣ୍ଟର ଅବଧି ୧୫ ବର୍ଷ ଯାଏଁ ରହିଛି । ଏହି ଆକାଉଣ୍ଟରେ ପୁଞ୍ଜିଲଗାଣ କରିବା ଦ୍ୱାରା ଟ୍ୟାକ୍ସ ଫ୍ରିର ଫାଇଦା ମିଳିଥାଏ । ଏହି ଆକାଉଣ୍ଟ ଉପରେ ୮ ପ୍ରତିଶତ ଦରର ସୁଧ ମିଳୁଛି । ହୁଏତ ପ୍ରତ୍ୟେକ ତିନି ମାସ ପରେ ସୁଧ ଦର ନିର୍ଦ୍ଧାରି ହୋଇଥାଏ । ଏହି ସୁଧ ଦର ସେଭିଙ୍ଗ ଆକାଉଣ୍ଟ ତୁଳନାରେ ଦୁଇଗୁଣା ଅଟେ ।