କେରଳ(ଏଟିଆର ବ୍ୟୁରୋ): ଛୋଟ ପିଲା ମାନଙ୍କର ଶିକ୍ଷାରେ ଧର୍ମାନ୍ତର ଓ ଜାତିଆଣ ଭାବର ପ୍ରଭାବ ନପକାଇବା ପାଇଁ, ଅନେକ ସ୍କୁଲର ଆଡମିଶନ ଫର୍ମରେ ଧର୍ମ ବା ଜାତିର ସ୍ଥାନ ରଖାଯାଇନଥାଏ ।
ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ସମସ୍ତଙ୍କ ପାଇଁ ଶିକ୍ଷାର ମହତ୍ୱ ଏକ ଏବଂ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର ମଧ୍ୟ । କିନ୍ତୁ କେରଳରେ ସରକାରୀ ଅନୁଦାନ ପ୍ରାପ୍ତ ଏକ ସ୍କୁଲରେ ଧର୍ମ ଓ ଜାତି ନକହିବାରୁ ଜଣେ ଶିଶୁକୁ ଶିକ୍ଷାରୁ ବଞ୍ଚିତ କରାଯାଇଛି ।
କେରଳର ନଜମି୍ ଓ ଘନାୟା ନାମକ ଦମ୍ପତି ନିଜ ପୁଅକୁ ସ୍କୁଲରେ ଭର୍ତ୍ତି କରାଇବା ପାଇଁ ଏକ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ନିଜ ପିଲାର ଆଡମିଶନ କରିବାକୁ ଯାଇଥିଲେ । ଏହାପରେ ସେହି ସ୍କୁଲ କର୍ତ୍ତୁପକ୍ଷ ପିଲାଟିର ଜାତି ଓ ଧର୍ମ ପଚାରିବାରୁ, ଶିକ୍ଷା ରେ ଜାତି ଓ ଧର୍ମ କଣ ଦରକାର ବୋଲି ଅଭିଭାବକ ପଚାରିଥିଲେ । ଏହାପରେ ସ୍କୁଲ କର୍ତ୍ତୁପକ୍ଷ ରାଗିଯାଇ ସ୍କୁଲରେ ପ୍ରବେଶ ଅନୁମତି ମିଳିବ ନାହିଁ ବୋଲି ସିଧାସିଧା ମନା କରିଦେଇଥିଲେ ।
ଘଟଣା ବିଷୟରେ କେରଳର ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟିଗୋଚର ହେବା ପରେ ଶିକ୍ଷାମନ୍ତ୍ରୀ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି ।