ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଆମେରିକା ମଧ୍ୟରେ ଆଗାମୀ ଡିସେମ୍ବର ୧୮ ତାରିଖରେ ଦ୍ୱିତୀୟ ଟୁ ପ୍ଲସ ଟୁ ଆଲୋଚନା ହେବ । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଆଲୋଚନା ଡିସେମ୍ବର ମାସ ମଧ୍ୟରେ ହେବ । ଆମେରିକା ଏବଂ ଭାରତର ବିଦେଶ ଏବଂ ରକ୍ଷାମନ୍ତ୍ରୀ ଦୁଇ ରାଷ୍ଟ୍ରର ରଣନୀତି ଏବଂ ସୁରକ୍ଷା ହିତ ଉପରେ ଚର୍ଚ୍ଚା କରିବା ପାଇଁ ମିଳିବ ।
ଏନେଇ ଅଧିକାରୀ କହିଛନ୍ତି, ହୁଏତ ଆଲୋଚନା ବିବରଣୀକୁ ଅନ୍ତିମ ରୂପ ଦିଆଯିବା ବାକି ରହିଛି ଏବଂ ଏହା ଉପରେ ଏବେ କାମ ଚାଲିଛି । ଦୁଇ ଦେଶ ମଧ୍ୟରେ ପ୍ରଥମ ଟୁ ପ୍ଲସ ଟୁ ୨୦୧୮ ମସିହା ସେପ୍ଟମ୍ବର ମାସରେ ନୂଆଦିଲ୍ଲୀଠାରେ ହୋଇଥିଲା । ଯେଉଁଥିରେ କ୍ଷେତ୍ରୀୟ ସମୁଦ୍ରି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ବଳବତ୍ତର ରଖିବା, ବଜାର ଆଧାରି ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା, ସୁଶାସନ, ମୌଳିକ ଅଧିକାର ଏବଂ ସ୍ୱତନ୍ତ୍ରତରକୁ ସମର୍ଥନ କରିବା ଏବଂ ଅନ୍ୟ ଆର୍ଥିକ ଚାପକୁ ରୋକିବାର ଆବଶ୍ୟକତା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ।
ସେହି ସମୟରେ ଆମେରିକା ବିଦେଶମନ୍ତ୍ରୀ ମାଇକ ପମ୍ପିୟୋ, ବିଦେଶ ମନ୍ତ୍ରୀ ଜେମ୍ସ ମ୍ୟାଟିସ, ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମଧ୍ୟରେ ଆଲାଚନା ହୋଇଥିଲା ।
ଅନ୍ୟପଟେ ଅମେରିକା ଦୂତାବାସଙ୍କ ଏକ ବୟାନରେ କୁହାଯାଇଛି, ଭାରତ ଏବଂ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ଖବର ଭାରତ ଏବଂ ଆମେରିକା ପାଇଁ ସକରାତ୍ମକ ଦୁରଦର୍ଶିତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ୱାରା ଆଲୋଚନା ପ୍ରତିବଦ୍ଧତା ର ପ୍ରତିବିମ୍ବ ରୂପେ ଆରମ୍ଭ କରାଯାଇଥିଲା ।