ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ବହୁ ଚର୍ଚ୍ଚିତ ଶିଖ ବିରୋଧୀ ଦଙ୍ଗା ଘଟଣାର ରାୟ ପ୍ରକାଶ ପାଇଛି । ୩୪ବର୍ଷ ପରେ ଦିଲ୍ଲୀର ପତିଆଲା ହାଉସରେ ପ୍ରକାଶ ପାଇଥିବା ଏହି ରାୟରେ ୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଦୋଷୀ ସାବ୍ୟସ୍ତ ହୋଇଥିବା ୟଶପାଲ ସିଂହଙ୍କୁ ମାନ୍ୟବର କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପଟେ ଏହି ଘଟଣାରେ ଅନ୍ୟତମ ଦୋଷୀ ନରେଶ ଶେରାୱତଙ୍କୁ ଆଜୀବନ କାରାଦଣ୍ଡଦେଶ ଦିଆଯାଇଛି ।
୧୯୮୪ରେ ଏହି ଶିଖ ବିରୋଧୀ ଦଙ୍ଗା ହୋଇଥିଲା । ଯାହା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ତେବେ ଶିଖ ଦଙ୍ଗାରେ ମୃତ୍ୟୁଦଣ୍ଡ ଦିଆଯିବା ଏ ହେଉଛି ପ୍ରଥମ ଘଟଣା । ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କୁ ହତ୍ୟା କରାଯିବା ପରେ ନଭେମ୍ବର ୧୫ରେ ଅଭିଯୁକ୍ତ ଦ୍ୱୟ ମହିପାଲପୁର ଠାରେ ୨ଜଣ ଶିଖ ଯୁବକଙ୍କୁ ହତ୍ୟା କରିଥିଲେ । ଏହି ଘଟଣାର ତଦନ୍ତ ଏସଆଇଟିକୁ ଦିଆଯିବା ପରେ ଅଭିଯୁକ୍ତ ଦ୍ୱୟଙ୍କ ପତ୍ତା ମିଳିଥିଲା ।
ଦୀର୍ଘ ୩୪ବର୍ଷ ପରେ ରାୟ ପ୍ରକାଶ ପାଇବା ପରେ ଦଙ୍ଗା ପୀଡିତମାନେ ବେଶ ଖୁସିବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଶିଖ ଦଙ୍ଗାରେ ୨୮୦୦ ଶିଖଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଦିଲ୍ଲୀରେ ଏହାର ସଂଖ୍ୟା ରହିଛି ୨୧୦୦ ।