ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ସବୁ ପ୍ରତିକ୍ଷାର ଅନ୍ତ ଘଟି କଂଗ୍ରେସ ଅଧ୍ୟକ୍ଷ ହେଲେ ସୋନିଆ ଗାନ୍ଧୀ । ଚଳିତ ନିର୍ବାଚନରେ କଂଗ୍ରେସର ନୌରାଶ୍ୟ ଜନକ ପ୍ରଦର୍ଶନ ପରେ ଅଧ୍ୟକ୍ଷ ପଦରୁ ଓହରି ଯାଇଥିଲେ ରାହୁଳ ଗାନ୍ଧୀ । ତେବେ ରାହୁଳଙ୍କ ପରେ କିଏ କଂଗ୍ରେସର ମଙ୍ଗ ଧରିବ ତାକୁ ନେଇ ଚାଲିଥିଲା କଳ୍ପନା ଜଳ୍ପନା । ଶୁଣା ଯାଉଥିଲା ଏଥର ଗାନ୍ଧୀ ପରିବାର ବାହାରୁ ଜଣଙ୍କ ହାତରେ ଏହହି ଗୁରୁ ଦାୟିତ୍ୱ ଦିଆଯିବ ।
ଆହୁରି ମଧ୍ୟ ଶୁଣିବାକୁ ମିଳୁଥିଲା କି ଗାନ୍ଧୀ ପରିବାର ବାହାରେ କାହାକୁ ଅଧ୍ୟକ୍ଷ କଲେ ଦଳ ବିଭାଜନ ହୋଇଯିବ । ତେବେ ଏହି ସବୁ ଭିତରେ ପୁଣି ସୋନିଆଙ୍କ ହାତକୁ ଫେରିଛି ଦଳ । ସୋନିଆ ଗାନ୍ଧୀ କଂଗ୍ରେସ ମଙ୍ଗ ଧରିଛନ୍ତି । ନୂଆ ଅଧ୍ୟକ୍ଷ ନିର୍ବାଚିତ ନ ହେବା ଯାଏ ସୋନିଆ ଅନ୍ତରିକ୍ଷ ଅଧ୍ୟକ୍ଷ ରହିବେ ।
ଦଳର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା କଂଗ୍ରେସ କାର୍ୟ୍ୟକାରିଣୀର ଦିନସାରା ବୈଠକ ପରେ ଗତକାଲି ରାତିରେ ଏହି ଘୋଷଣା କରାଯାଇଛି । ଦଳର ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ ଏହି ଖବରକୁ ଗଣମାଧ୍ୟମକୁ ଦେଇଛନ୍ତି। ଏଥିସହିତ ରାହୁଲ ଗାନ୍ଧୀଙ୍କ ଇସ୍ତଫା ଗୃହୀତ ହୋଇଥିବା ସେ ସୂଚନା ଦେଇଛନ୍ତି। ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବେ ବୋଲି ସେ ସୂଚନା ଦେଇଛନ୍ତି ।