ମୁମ୍ବାଇ ( ଏଟିଆର ବ୍ୟୁରୋ): ପୁଣି ଅସହାୟଙ୍କୁ ସହାୟତାର ହାତ ବଢାଇଲେ ଅଭିନେତା ସୋନୁ ସୁଦ । କରୋନା ଲକ ଡାଉନ ସମୟରେ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣି ଚର୍ଚ୍ଚାରେ ଥିବା ସୋନୁ ସୁଦ ଏବେ ୩୫୦ ନାବିକ ଓ ସେମାନଙ୍କ ପରିବାରକୁ ସହଯୋଗ କରିବାକୁ ହାତ ବଢାଇଛନ୍ତି ।
वाराणसी के 84 घाटों में 350 कश्ती चलान वाले परिवार आज दाने-दाने के लिए तरस रहें हैं। इन 350 नाविक परिवारों की आप आख़री उम्मीद हो। @SonuSood sir aur @NeetiGoel2 mam. गंगा में बाढ़ आने के कारण और मुश्किलें इनकी बढ़ गई है! काशी में 15 से 20 दिन तक इनके बच्चों को भूखे पेट न सोना पढ़ा pic.twitter.com/xw8VGPxGDi
— Divyanshu Upadhyay (@divyanshu_hope) September 1, 2020
୩୫୦ ନାବିକ ଓ ସେମାନଙ୍କ ପରିବାରକୁ ସୋନୁ ସୁଦ ରାସନ ସାମଗ୍ରୀ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ବନାରସରେ ବନ୍ୟା ପରିସ୍ଥିତି ଲାଗି ରହିଥିବାରୁ ସେଠାକାର କିଛଇ ଲୋକ ନାନା ଅସୁବିଧାରେ ରହିଛନ୍ତି । ଏମିତିକି ସେମାନଙ୍କ ପାଖରେ ଖାଇବାକୁ ମଧ୍ୟ ଖାଦ୍ୟ ସାମଗ୍ରୀ ନାହିଁ ।
ଏଇ ନିକଟରେ ଟ୍ୱିଟରରେ ଜଣେ ସାମଜିକ କର୍ମୀ ସହଯୋଗ ମାଗିଥିଲେ । ଏହି ଟ୍ୱିଟକୁ ରି ଟ୍ୱିଟ କରି ସୂଚନା ଦେଇଛନ୍ତି ଅଭିନେତା ସୋନୁ ସୁଦ । ଫସିଥିବା ୩୫୦ ନାବିକ ପରିବାରକୁ ଏବେ ସୋନୁ ଖାଦ୍ୟ ସାମଗ୍ରୀ ପଠାଇବାକୁ ଉଲ୍ଲେଖ କରିଛନ୍ତି । ଏହି ୩୫୦ ପରିବାର କେବେ ଭୋକରେ ଶୋଇବେନି ବୋଲି ଟ୍ୱିଟରେ ଲେଖିଛନ୍ତି ସୋନୁ ।